May 7, 2024

ବାଲେଶ୍ବରରେ ୩ ମେଗା ପ୍ରକଳ୍ପ ଉଦଘାଟିତ

1 min read

ଆଓରି(ତା୨୯|୪)-ବାଲେଶ୍ବର ପମ୍ପ ଷ୍ଟେସନ ଏବଂ ପିଏଚବିପିଲ ଅଶୋଧିତ ତୈଳ ପାଇପ ଲାଇନ୍ ସଂପ୍ରସାରଣ ପ୍ରକଳ୍ପ ଉଦଘାଟିତ ହୋଇ ଯାଇଛି । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାଲେଶ୍ୱର ଜିଲା ହିଡ଼ିଗାଁରେ ଏହି ଦୁଇ ପ୍ରକଳ୍ପ ଉଦଘାଟନ କରିଛନ୍ତି । ଏହା ସହ ଏଲପିଜି ବଟଲିଂ ପ୍ଲାଣ୍ଟର କାରୌସଲ ମଧ୍ୟ ଉଦଘାଟନ ହୋଇଛି । ଏହି ୩ଟି ପ୍ରକଳ୍ପଗୁଡିକ ପାଇଁ ମୋଟ ୩୨୧ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି। ଏହି ସବୁ ପ୍ରକଳ୍ପ ଦ୍ୱାରା ଓଡ଼ିଶା ସମେତ ଝାଡ଼ଖଣ୍ଡ ଓ ଛତିଶଗଡ଼ ଲୋକେ ଉପକୃତ ହେବେ ବୋଲି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.