ଜାମ୍ମୁ କାଶ୍ମୀରରୁ ଜୈସ ଏ ମହମ୍ମଦର ୩ଜଣ ଆତଙ୍କବାଦୀ ଗିରଫ
1 min read
ଆଓରି-ନୂଆଦିଲ୍ଲୀ(୨୫/୦୩) : ଜାମ୍ମୁ କାଶ୍ମୀରରେ ଶ୍ରୀନଗରର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରୁ ସୁରକ୍ଷା ବାହିନୀ ଜୈସ ଏ ମହମ୍ମଦର ୩ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି । ଗୁଇନ୍ଦା ତଥ୍ୟକୁ ଆଧାର କରି ପୁଲିସ ସେମାନଙ୍କୁ ଶ୍ରୀନଗର-ବାରମୁଲା ରାସ୍ତାର ଲୋୱାପୋରାରୁ ରବିବାର ରାତିରେ ଗିରଫ କରିଛି।
ସେମାନେ ହେଲେ ରଇସ୍ ହୁରାହ୍, ସଇଦ୍ ଭଟ୍ ଏବଂ ଇସାକ୍ ଲୋନ୍। ଏହି ୩ ଜଣ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ଅସ୍ତ୍ରଶସ୍ତ୍ର ଏବଂ ଜୀବନ୍ତ ଗୁଳିଗୋଳା ଜବତ କରାଯାଇଥିବା ପୁଲିସ ସୂତ୍ରରୁ ଜଣାପଡିଛି।