March 22, 2023

ଆସନ୍ତା ୨୨ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ

1 min read

ଆଓରି-ଭୁବନେଶ୍ଵର(୧୯/୦୩) : ଓଡ଼ିଶାରେ ଆସନ୍ତା ୨୨ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଲଗାତାର ୩ ଦିନ ଧରି ବ୍ୟାଙ୍କ ବନ୍ଦ ରହିବ। ୨୨ ତାରିଖ ହୋଲି ଏବଂ ୨୩ ତାରିଖ ଚତୁର୍ଥ ଶନିବାର ପାଇଁ ବ୍ୟାଙ୍କ ଛୁଟି ରହିବ। ଏତଦବ୍ୟତୀତ ୨୪ ତାରିଖ ରବିବାର ଯୋଗୁ ବ୍ୟାଙ୍କ ସ୍ବାଭାବିକ ଭାବେ ଛୁଟି ରହିବ। ତେବେ ବିହାର ସମେତ ଅନ୍ୟ କେତେକ ରାଜ୍ୟରେ ବ୍ୟାଙ୍କ ୪ ଦିନ ଛୁଟି ରହିବ। ଓଡ଼ିଶାରେ ଲଗାତାର ଭାବେ ବ୍ୟାଙ୍କ ୩ ଦିନ ଧରି ଛୁଟି ରହୁଥିବାରୁ ବିଭିନ୍ନ ପ୍ରକାର ବ୍ୟାଙ୍କିଂ କାରବାର ପ୍ରଭାବିତ ହେବା ଆଶଙ୍କା ରହିଛି। ଚେକ୍ କ୍ଲିୟରାନ୍ସ ସମେତ ଜମା ଏବଂ ଟଙ୍କା ଉଠାଣ ସେବା ବାଧାପ୍ରାପ୍ତ ହେବ। ଏଟିଏମ ଗୁଡ଼ିକରେ ଯଥେଷ୍ଟ ପରିମାଣର ଟଙ୍କା ଭର୍ତ୍ତି କରା ନଗଲେ ଏଟିଏମ ଗୁଡ଼ିକ ଶୀଘ୍ର ଖାଲି ହୋଇଯିବା ଆଶଙ୍କା ରହିଛି। ୨୨ ତାରିଖରୁ ଲଗାତାର ବ୍ୟାଙ୍କ ଛୁଟି ରହିବା ଯୋଗୁ ଲୋକମାନେ ଆଗୁଆ ସେମାନଙ୍କ ବ୍ୟାଙ୍କ କାରବାର ଶେଷ କରିବାର ଆବଶ୍ୟକତା ରହିଛି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.