ଜାତୀୟ

ରାଜ୍ୟରେ ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର, ଅଗଷ୍ଟ୨୮(ଆଜିର ଓଡ଼ିଶା): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହୋଇଛି। ଏହା ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେଉଛି ଏବଂ ଆଗାମୀ ୨୪ ଘଣ୍ଟା ହେବାର ସମ୍ଭାବନା ଅଛି। ବିଶେଷକରି ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି ଓ ନବରଙ୍ଗପୁରରେ ଅତି ପ୍ରବଳ ବର୍ଷା ହେବ। ରାଜ୍ୟର ବାକି ସ୍ଥାନରେ ତୁହାକୁ ତୁହା ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ପାଣିପାଗ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି |

ସାରା ରାଜ୍ୟରେ ବର୍ଷା ହେବା ସହ ୩୫ରୁ ୪୦କିମି ବେଗରେ ପବନ ବହିବ କିନ୍ତୁ ଉପକୂଳ ଓଡ଼ିଶାରେ ବର୍ଷା ସହ ପ୍ରାୟ ୫୫କିମି ବେଗରେ ପବନ ବହିପାରେ।

Related Articles

Leave a Reply

Your email address will not be published. Required fields are marked *

Back to top button