ମନୋରଞ୍ଜନ

‘ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ ସିନିୟର’ ଆଜିଠୁ ଆରମ୍ଭ

ଭୁବନେଶ୍ୱର, ଅଗଷ୍ଟ୨୮(ଆଜିର ଓଡ଼ିଶା): ସାର୍ଥକ ଚ୍ୟାନେଲ ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ(ଡିଓଡି) ଲିଟିଲ୍‌ ମାଷ୍ଟର୍ସର ରିୟଲିଟି ଶୋ’ ପ୍ରସାରିତ କରି ବହୁତ ସଫଳତା ହାସଲ କରି ଏବେ ନୂଆ ସିଜନ୍‌ ‘ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ ସିନିୟର’ ଆରମ୍ଭ ହେବାକୁ ଯାଉଛି। ଛୋଟ ପିଲାମାନଙ୍କ ଡ୍ୟାନ୍ସ ପରଫର୍ମାନ୍ସ ଏବଂ ସେମାନଙ୍କ ଟ୍ୟାଲେଣ୍ଟକୁ ଲୋକଲୋଚନକୁ ଆଣିପାରିଥିବାରୁ ଖୁବ୍‌ କମ୍‌ ସମୟରେ ଶୋ’ର ଲୋକପ୍ରିୟତା ବୃଦ୍ଧି ପାଇଥିଲା। ଆସନ୍ତା ୨୮ତାରିଖ ରାତି ୯ଟା ୩୦ରେ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ୧୫ରୁ ୩୦ ବର୍ଷ ବୟସର ଇଚ୍ଛୁକ ପ୍ରାର୍ଥୀ ଅଂଶଗ୍ରହଣ କରିପାରିବେ। ଏ ନେଇ ରାଜ୍ୟର ୫ଟି ସହରରେ ଅଡିଶନ୍‌ କରାଯାଉଛି।

ଚଳିତ ସିଜିନ୍‌ରେ ଶୋ’ର ଜଜ୍‌ ଭାବେ ଲକିଙ୍ଗ୍‌ ଆଣ୍ଡ୍‌ ପପିଙ୍ଗ୍‌ ଷ୍ଟାଇଲରେ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠିତ ହରିହର ଦାସ, କଣ୍ଟେମ୍ପରାରୀ ଏବଂ ବଲିଉଡ୍‌ ଷ୍ଟାଇଲରେ ମାହିର୍‌ ଜୟା ଏବଂ ବଲିଉଡ୍‌ ଷ୍ଟାଇଲ୍‌ ଓ ଓଡ଼ିଶାର ନମ୍ବର ଓ୍ବାନ୍‌ କଣ୍ଟେମ୍ପରାରୀ ଡ୍ୟାନ୍ସର ବିଶ୍ୱରୂପ ଯୋଗଦେବେ।

Related Articles

Leave a Reply

Your email address will not be published. Required fields are marked *

Back to top button