ଜାତୀୟ

ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀପକ ମିଶ୍ର

ନୂଆଦିଲ୍ଲୀ, ଅଗଷ୍ଟ ୨୮(ଆଜିର ଓଡ଼ିଶା): ଆଜି ପୂର୍ବାହ୍ନରେ ଜଷ୍ଟିସ୍ ଦୀପକ ମିଶ୍ର ଭାରତର ୪୫ତମ ମୁଖ୍ୟ ବିଚାରପତି ରୂପେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଶପଥ ପାଠ କରାଇଛନ୍ତି। ପ୍ରଧାନ ବିଚାରପତି ଜେ.ଏସ୍. ଖେହାରଙ୍କ ପରେ ୬୩ ବର୍ଷିୟ ମିଶ୍ର ହେଉଛନ୍ତି ବୟୋଜ୍ୟେଷ୍ଠ ବିଚାରପତି। ଜଷ୍ଟିସ୍ ରଙ୍ଗନାଥ ମିଶ୍ର ଏବଂ ଗୋପାଳ ବଲ୍ଲଭ ପଟ୍ଟନାୟକଙ୍କ ପରେ ଶ୍ରୀ ମିଶ୍ର ହେଉଛନ୍ତି ଭାରତର ମୁଖ୍ୟ ବିଚାରପତି ରୂପେ ନିଯୁକ୍ତି ପାଇଥିବା ତୃତୀୟ ଓଡ଼ିଆ ବ୍ୟକ୍ତି। ସେ ଅକ୍ଟୋବର , ୨୦୧୮ ମସିହାରେ ଅବସର ଗ୍ରହଣ କରିବେ। 

 ସେ ୨୦୧୧ ଅକ୍ଟୋବର ୧୦ରେ ସୁପ୍ରିମ୍କୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ୧୯୯୬ ଜାନୁଯାୟୀ ୧୭ରେ ସେ ଓଡ଼ିଶା ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ୨୦୦୯ ଡିସେମ୍ବର ୨୩ରେ ସେ ପାଟନା ହାଇକୋର୍ଟ ମୁଖ୍ୟ ବିଚାରପତି ୨୦୧୦ ମେ ୨୪ରେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ଜଷ୍ଟିସ ମିଶ୍ରଙ୍କ ପୂର୍ବରୁ ଆଉ ୨ଜଣ ଓଡ଼ିଆ ଜଷ୍ଟିସ ରଙ୍ଗନାଥ ମିଶ୍ର ଜଷ୍ଟିସ ଗୋପାଳ ବଲ୍ଲଭ ପଟ୍ଟନାୟକ ସୁପ୍ରିମ୍କୋର୍ଟର ଯଥାକ୍ରମେ ୨୧ତମ ଏବଂ ୩୨ତମ ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ ତୁଲାଇଥିଲେ।

ଜଷ୍ଟିସ୍ ରଙ୍ଗନାଥ ମିଶ୍ରଙ୍କ ପୁତୁରା ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ନାତି ହେଉଛନ୍ତି ଜଷ୍ଟିସ ଦୀପକ ମିଶ୍ର। ସେ ବମ୍ବେ ବିସ୍ଫୋରଣ ମାମଲାର ଅଭିଯୁକ୍ତ ୟାକୁବ୍ ମେମନଙ୍କ ଫାଶୀ ଦଣ୍ଡାଦେଶକୁ ରାତି ଅଧରେ କାଏମ ରଖି ଖୁବ୍ ଚର୍ଚ୍ଚାକୁ ଆସିଥିଲେ। ସେହିପରି ସେ ନିର୍ଭୟା ଗଣବଳାତ୍କାର ହତ୍ୟା ଘଟଣାର ଦୋଷୀମାନଙ୍କୁ ଫାଶୀ ଦଣ୍ଡାଦେଶ ଦେବା, ସାରା ଭାରତର ସିନେମା ହଲ୍ରେ ଜାତୀୟ ସଙ୍ଗୀତ ରେକର୍ଡିଂ ବଜାଇବାକୁ ନିର୍ଦ୍ଦେଶ ଦେବା ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିଛନ୍ତି। ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ମିଶ୍ର ପ୍ରାୟ ୧୪ ମାସ କାର୍ଯ୍ୟ କରିବେ।

Related Articles

Leave a Reply

Your email address will not be published. Required fields are marked *

Back to top button