ଜାତୀୟ

ଓଡ଼ିଶା ଟ୍ରାଭେଲ୍‌ ବଜାର-୨୦୧୭ର ଲୋଗୋ ଏବଂ ୱେବ୍‌ସାଇଟ୍‌ ଉନ୍ମୋଚିତ ହେଲା

ଭୁବନେଶ୍ୱର ଅଗଷ୍ଟ୨୫(ଆଜିର ଓଡ଼ିଶା): ଓଡ଼ିଶା ଟ୍ରାଭେଲ୍‌ ବଜାର-୨୦୧୭ କାର୍ଯ୍ୟକ୍ରମ ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଫେଡେରେସନ୍‌ ଅଫ୍‌ ଇଣ୍ଡିଆନ୍‌ ଚ୍ୟାମ୍ବର୍‌ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟି୍ର (ଏଫ୍‌ଆଇସିସିଆଇ)ର ମିଳିତ ଉଦ୍ୟମରେ ଅକ୍ଟୋବର ୧୫-୧୭ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଛି । ପର୍ଯ୍ୟଟନ ଶିଳ୍ପର ସମୃଦ୍ଧି ପାଇଁ ଭିତ୍ତିଭୂମି ସୃଷ୍ଟି, ରାଜ୍ୟର ବିଭିନ୍ନ ଉତ୍ପାଦର ବଜାରକରଣ କରିବା ଏବଂ ପର୍ଯ୍ୟଟକଙ୍କୁ ଏଠାରେ ଅଧିକ ଦିନ ରହିବା ପାଇଁ ପ୍ରୋତ୍ସାହିତ କରିବା ଉଦ୍ଧେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଏହି କ୍ରମରେ ସେପ୍ଟେମ୍ବର ୭ରୁ ୧୦ ତାରିଖ ମଧ୍ୟରେ ଆଇଏଟିଓ’ର ବାର୍ଷିକ ସମ୍ମିଳନୀ ମଧ୍ୟ ଆୟୋଜିତ ହୋଇ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପର୍ଯ୍ୟଟନ ବିଭାଗ ନିର୍ଦେଶକ ନୀତିନ୍‌ ଭାନୁଦାସ୍‌ ଜାୱଲେ ଓଡ଼ିଶା ଟ୍ରାଭେଲ୍‌ ବଜାର୍‌-୨୦୧୭ କାର୍ଯ୍ୟକ୍ରମର ଲୋଗୋ ଏବଂ ୱେବ୍‌ସାଇଟ୍‌କୁ (www.odishatravelbazar.com) ଉନ୍ମୋଚନ କରିଛନ୍ତି ।

 ଏହି ଅବସରରେ ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି, ଐତିହ୍ୟ, କୀର୍ତ୍ତିରାଜି, ପ୍ରାକୃତିକ ସମ୍ପଦରେ ଭରପୂର ଆମର ଏହି ରାଜ୍ୟ । ଅନ୍ୟ ରାଜ୍ୟମାନଙ୍କ ପରି ଓଡ଼ିଶାରେ ମଧ୍ୟ ଅନେକ ସୌନ୍ଦର୍ଯ୍ୟମୟ ପର୍ଯ୍ୟଟନସ୍ଥଳ ରହିଛି । ତେବେ ଅଧିକରୁ ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କୁ ରାଜ୍ୟ ପ୍ରତି ଆକୃଷ୍ଟ କରିବା ପାଇଁ ଆୟୋଜିତ ହେବାକୁ ଯାଉଛି ଓଡ଼ିଶା ଟ୍ରାଭେଲ୍‌ ବଜାର-୨୦୧୭ । ଏଥିରେ ଦେଶ ବିଦେଶ ତଥା ରାଜ୍ୟରେ ପର୍ଯ୍ୟଟନ ଶିଳ୍ପ ସହିତ ଜଡ଼ିତ ବହୁ ସଂସ୍ଥା ଯୋଗଦେବେ ।

 ବିଶ୍ୱ ମାନଚିତ୍ରରେ ଓଡ଼ିଶା ପର୍ଯ୍ୟଟନକୁ ଯଥାର୍ଥ ସ୍ଥାନ ଦେବା, ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କ ଆଗମନ ଏହାର ମୂଳ ଉଦ୍ଧେଶ୍ୟ  ବୋଲି ସେ କହିଥିଲେ । ଓଡ଼ିଶା ଟ୍ରାଭେଲ୍‌ ବଜାର ସମ୍ମିଳନୀରେ ବିଦେଶରୁ ପ୍ରାୟ ୪୦ଟି ସଂସ୍ଥା ଓ ୩୦ଟି ଘରୋଇ ଟୁର୍‌ ଅପରେଟର୍‌ ଯୋଗଦେବେ ବୋଲି ପର୍ଯ୍ୟଟନ ବିଭାଗ ସଚିବ ମୋନା ଶର୍ମା କହିଥିଲେ|

Related Articles

Leave a Reply

Your email address will not be published. Required fields are marked *

Back to top button