May 19, 2024

ଦ୍ୱିତୀୟ ଦିନିକଆରେ: ଭାରତର ରୋମାଞ୍ଚକ ବିଜୟ

1 min read

ପାଲ୍ଲେକେଲେ ଅଗଷ୍ଟ୨୫(ଆଜିର ଓଡ଼ିଶା): ଗୁରୁବାର ଏଠାରେ ଖେଳା ଯାଇଥିବା ୨ୟ ଦିନିକିଆର ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଶ୍ରୀଲଙ୍କାକୁ ୩ ୱକେଟରେ ହରାଇ ଭାରତ ଚିତ୍ତାକର୍ଷକ ବିଜୟଲାଭ କରି ୨-୦ରେ ଆଗୁଆ ହୋଇଛି  । ଭାରତ ବିରୋଧରେ ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂକରି ଘରୋଇ ଶ୍ରୀଲଙ୍କା ୮ ୱିକେଟରେ ୨୩୬ ରନ୍‌ କରିଥିଲା  । ବର୍ଷା ଯୋଗୁଁ ଡକ୍‌ୱର୍ଥ-ଲୁଇସ୍‌ ନିୟମରେ (ଡିଏଲଏସ୍‌) ନିୟମରେ ଭାରତକୁ ୪୭ ଓଭରରେ ୨୩୧ ରନର ବିଜୟ ଲକ୍ଷ୍ୟ ଦିଆଯାଇଥିଲା । ଓପନିଂ ଯୋଡ଼ିର ଭଲ ଆରମ୍ଭ ସତ୍ତ୍ୱେ ଭାରତୀୟ ମଧ୍ୟକ୍ରମ ବ୍ୟାଟିଂ ବିଫଳ ହୋଇଥିଲା  । ମଧ୍ୟକ୍ରମରେ ୨୧ ବଲରେ ମାତ୍ର ୧୭ ରନ କରି ଭାରତ ୫ ୱିକେଟ ହରାଇ ସଂକଟରେ ପଡିଥିଲା  । ମାତ୍ର ଶେଷରେ ଧୋନି ଓ ଭୁବନେଶ୍ୱର କୁମାରଙ୍କ ଯୋଡ଼ି ଭାରତକୁ ବିଜୟୀ କରିଥିଲେ  । ଧୋନି ଓ ଭୁବନେଶ୍ୱର କୁମାର ଲଢୁଆ ବ୍ୟାଟିଂ କରି ଯଥାକ୍ରମେ ୪୫ ଓ ୫୩ ରନ କରିଥିଲେ । ଫଳରେ ଭାରତ ୪୪.୨ ଓଭରରେ ୭ ୱିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରିନେଇଥିଲା  ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.