ଖେଳ

ଭାରତୀୟ ମହିଳା ହକି ଦଳରେ ୫ଜଣ ଓଡ଼ିଆ ଖେଳାଳି

ନୂଆଦିଲ୍ଲୀ, ଅଗଷ୍ଟ୨୪(ଆଜିର ଓଡ଼ିଶା) : ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ଭାରତୀୟ ମହିଳା ହକି ଦଳ ୧୫ ଦିନିଆ ୟୁରୋପ୍‌ ଗସ୍ତରେ ଯିବ। ହକି ଇଣ୍ଡିଆ ପକ୍ଷରୁ ଘୋଷିତ ଏହି ୧୮ ଜଣିଆ ଦଳରେ ୫ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ୩ ଡିଫେଣ୍ଡର ଦୀପ୍‌ ଗ୍ରେସ୍‌ ଏକ୍କା, ସୁନିତା ଲାକ୍ରା, ରଶ୍ମିତା ମିଞ୍ଜ୍‌ ଏବଂ ମିଡ୍‌ଫିଲ୍‌ଡର ନମିତା ଟପ୍ପୋ ଓ ଲିଲିମା ମିଞ୍ଜ୍‌। ନିୟମିତ ଭାବେ ଭାରତୀୟ ମହିଳା ଦଳ ପାଇଁ ଖେଳୁଥିବା ଷ୍ଟ୍ରାଇକର ଅନୁପା ବାର୍ଲାଙ୍କୁ ଏହି ଗସ୍ତ ଲାଗି ବିଶ୍ରାମ ଦିଆଯାଇଛି।
ଘୋଷିତ ଭାରତୀୟ ମହିଳା ହକି ଦଳ:-
(ଗୋଲ୍‌ରକ୍ଷକ) ସବିତା (ଉପଅଧିନାୟିକା) ଓ ରଜନୀ ଏଟିମାର୍ପୁ; (ଡିଫେଣ୍ଡର) ଦୀପ୍‌ ଗ୍ରେସ୍‌ ଏକ୍କା, ଗୁରଜିତ କୌର, ନବଦୀପ କୌର, ସୁନୀତା ଲାକ୍ରା ଓ ରଶ୍ମିତା ମିଞ୍ଜ୍‌; (ମିଡ୍‌ଫିଲ୍‌ଡର) ନମିତା ଟପ୍ପୋ, ନିକ୍କି ପ୍ରଧାନ, ମୋନିକା, କରିଶ୍ମା ଯାଦବ, ଲିଲିମା ମିଞ୍ଜ୍‌ ଓ ନେହା ଗୋୟଲ; (ଫରୱାର୍ଡ) ରାଣୀ (ଅଧିନାୟିକା), ପୁନମ୍‌ ରାଣୀ, ବନ୍ଦନା କାଟାରିୟା, ରିନା ଖୋଖର ଓ ଲାଲ୍‌ରେମ୍‌ସିଆମି ।

Related Articles

Leave a Reply

Your email address will not be published. Required fields are marked *

Back to top button