ଜାତୀୟ

ପାଇକ ବିଦ୍ରୋହର ସ୍ମାରକୀ ନିର୍ମାଣ ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠିଲେଖିଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ, ଅଗଷ୍ଟ୨୪(ଆଜିର ଓଡ଼ିଶା): ପାଇକ ବିଦ୍ରୋହର ଦୁଇଶହ ବର୍ଷ ପାଳନ ଅବସରରେ ଖୋର୍ଦ୍ଧାର ପ୍ରସିଦ୍ଧ ବରୁଣେଇ ପାହାଡ଼ (ଖୋର୍ଦ୍ଧାଗଡ଼) ନିକଟରେ ଏକ ସ୍ମାରକୀ ନିର୍ମାଣ କରିବାକୁ କେନ୍ଦ୍ର ସଂସ୍କୃତି ବିଭାଗ ନିଷ୍ପତ୍ତି ନେଇଛନ୍ତି | ଏହି ପରିପ୍ରେକ୍ଷୀରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ସହିତ ସମନ୍ଵୟ ରକ୍ଷା କରି  ସ୍ଥାନ ଚିହ୍ନଟ କରିବାକୁ ଏକ କେନ୍ଦ୍ରୀୟ ଟିମ ପଠାଇବା ପାଇଁ  କେନ୍ଦ୍ର  ସଂସ୍କୃତି ମନ୍ତ୍ରୀ ଡ. ମହେଶ  ଶର୍ମାଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।  

ଉଲ୍ଲେଖଯୋଗ୍ୟ କି ଗତ ଜୁଲାଇ ୨୦ ତାରିଖରେ ନୂଆଦିଲ୍ଲୀର ବିଜ୍ଞାନ ଭବନ ପରିସରରେ କେନ୍ଦ୍ର ସଂସ୍କୃତି ବିଭାଗ ପାଇକ ବିଦ୍ରୋହର ୨୦୦ ଶହ ବର୍ଷ ପୂର୍ତ୍ତି ପାଳନର ଶୁଭାରମ୍ଭ କରିଥିବାରୁ ମନ୍ତ୍ରୀ ଶ୍ରୀ ପ୍ରଧାନ ସଂସ୍କୃତି ମନ୍ତ୍ରୀ ଡ. ଶର୍ମାଙ୍କୁ ଧନ୍ୟବାଦ ଦେବା ସହିତ ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ପାଇକ ବିଦ୍ରୋହକୁ ତାର ସ୍ୱୀକୃତି ଦେବାକୁ ଅନୁରୋଧ କରିଛନ୍ତି। ଏହି ପୂର୍ତ୍ତି ପାଳନ ଅବସରରେ ମାନ୍ୟବର ପୂର୍ବତନ ରାଷ୍ଟ୍ରପତି ଓ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଯୋଗ ଦେଇଥିଲେ |

Related Articles

Leave a Reply

Your email address will not be published. Required fields are marked *

Back to top button