April 20, 2024

କଦଳୀରେ ମିଶୁଛି ଭୟଙ୍କର ବିଷ

1 min read
mix chemical in banana

ଭୁବନେଶ୍ଵର ୨୧-୦୩(ଆଓରି) :  ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ବିଲକୁଲ୍ ସତ । କଞ୍ଚ କଦଳୀକୁ ପଚାଇବା ପାଇଁ ବ୍ୟବହାର ହେଉଛି ମାରାତ୍ମକ ରାସାୟନିକ ପଦାର୍ଥ । ବଜାର ଚାହିଦା ମେଂଟାଇବା ପାଇଁ କଦଳୀକୁ କଂଚା କଟାଯାଇ କାଲସିୟମ କାରବାଇଡ୍ ପ୍ରଲେପ ଦେଇ କିମ୍ବା ଇଥେଫୋନ ନାମକ କେମିକାଲ୍ ସ୍ପ୍ରେ କରି ପଚାଯାଉଛି । ଏହିସବୁ ରାସାୟନିକ ପଦାର୍ଥରେ ସଂସ୍ପର୍ଶରେ ଆସିଲେ ହଳଦୀ ଗୁରୁଗୁରୁ ହୋଇ କଦଳୀ ପାଚିଯାଉଛି । ଦେଖିବାକୁ ଗଛ ପାଚିଲା କଦଳୀ ଠାରୁ ଆହୁରି ସୁନ୍ଦର ଦେଖାଯାଉଛି । ମାତ୍ର ଅସଲ କଥା ହେଉଛି ପାଚିଲା କଦଳୀରେ ବିଷ ଖାଇ ଆମେ ମାରାତ୍ମକ ରୋଗକୁ ଆମନ୍ତ୍ରଣ କରୁଛୁ ।

ସ୍ପ୍ରେ ହେବା ପରେ ମାତ୍ର ୨୪ ଘଂଟା ଭିତରେ କଦଳୀ ପାଚିଯିବ ଓ ବିକ୍ରି ଉପଯୋଗୀ ହୋଇଯିବ । ରଙ୍ଗ ଠାରୁ ଆରମ୍ଭ କରି କଦଳୀର ସ୍ୱାଦ ଦୃଷ୍ଟିରୁ ଦେଖିଲେ ଏହି କଦଳୀ କୌଣସି ଗୁଣରେ କମ ନୁହେଁ । ମାତ୍ର ଇଥେଫୋନ୍ ଭଳି ମାରାତ୍ମକ ରାସାୟନିକ କଦଳୀକୁ ବିଷାକ୍ତ କରିଦେଉଛି । ଅନେକପ୍ରକାର ମାରାତ୍ମକ ରୋଗର କାରଣ ସାଜୁଛି ଏହି ଇଥେଫୋନ୍ । ଏଭଳି ରାସାୟନିକର ମାତ୍ରାଧିକ ବ୍ୟବହାର ଘାତକ ମଧ୍ୟ ହୋଇପାରେ ।

ରୁସପୋନ୍ ଭଳି ବିଭିନ୍ନ ବ୍ରାଣ୍ଡରେ ବଜାରରେ ଉପଲବ୍ଧ ହେଉଛି ଏହି କେମିକାଲସ । । ଯାହା ସ୍ୱାସ୍ଥ୍ୟ ପାଇଁ ଅତି ହାନିକାରକ ।ଇଥେଫୋନ ଦ୍ୱାରା ପଚାଯାଉଥିବା କଦଳୀ ଅନେକ ରୋଗ ସୃଷ୍ଟି କରିଥାଏ । ବିଭିନ୍ନ ପ୍ରକାର ପେଟରୋଗ, ଶ୍ୱାସକ୍ରିୟାରେ ସମସ୍ୟା, ଚର୍ମରୋଗ ଆଦି ରୋଗ ଆକ୍ରାନ୍ତ କରିଥାଏ । ଗର୍ଭସ୍ଥ ଶିଶୁ ଉପରେ ମଧ୍ୟ ଏହାର କୁପ୍ରଭାବ ପଡିଥାଏ । ଛୋଟ ଛୋଟ ଶିଶୁଙ୍କ ମାନସିକ ବିକାଶରେ ମଧ୍ୟ ବାଧା ପହଁଚାଇଥାଏ ।

କଦଳୀ ପାଚିବାର ଆଉ ଏକ ପଦ୍ଧତି ମଧ୍ୟ ଜାଣି ରଖନ୍ତୁ । କାଲସିୟମ୍ କାରବାଇଡ୍ ଦେଇ ପଚାଯାଉଛି କଦଳୀ । ତେବେ ଏହାର ମାରାତ୍ମକ ପ୍ରଭାବ ଯୋଗୁଁ ଫୁଡ୍ ସେଫ୍ଟି ଆଣ୍ଡ୍ ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍ ଇଣ୍ଡିଆ ଏହାକୁ ବ୍ୟାନ୍ କରିଛି । ମାତ୍ର ଏହାକୁ ମଧ୍ୟ ସଂପୂର୍ଣ୍ଣ ରୋକାଯାଇ ପାରିନାହିଁ । ସେପଟେ ମନଇଚ୍ଛା ଇଥେଫୋନ୍ ବ୍ୟବହାର କରୁଛନ୍ତି ବ୍ୟବସାୟୀ । କଦଳୀ ବିକିବା ପାଇଁ ଲୋକଙ୍କ ଜୀବନ ସହ ଖେଳୁଛନ୍ତି ବ୍ୟବସାୟୀ । କେମିକାଲରେ ପାଚିଥିବା କଦଳୀ ଏବଂ କେମିକାଲ୍ରେ ପାଚିଥିବା କଦଳୀ ଚିହ୍ନିବା ପାଇଁ ଉପାୟ ନାହିଁ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.