April 19, 2024

୨୦୨୨ ମିଶନ ଗଗନାୟାନ ମହିଳା ବୈଜ୍ଞାନିକଙ୍କ ହାତରେ ; ନରେନ୍ଦ୍ର ମୋଦି

1 min read
Narendra Modi -Aajira Odisha

ଆଓରି-ନୂଆଦିଲ୍ଲୀ(୨୦/୮) : ୭୨ତମ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ‘ଗଗନାୟାନ’ ମିଶନର ଘୋଷଣା କରିଥିଲେ ନରେନ୍ଦ୍ର ମୋଦି । ଏହି ସ୍ୱଦେଶୀ ସ୍ପେଶପ୍ରୋଗାମ ମିଶନ ଜରିଆରେ ୨୦୨୨ ସୁଦ୍ଧା ମହକାଶକୁ ନିଜସ୍ୱ ଯାନରେ ମଣିଷ ପଠାଇବ ଭାରତ । ମୋଦିଙ୍କ ଏହି ଡ୍ରିମ ପ୍ରୋଜେକ୍ଟର ଦାୟିତ୍ୱ ଏବେ ଜଣ ମହିଳାଙ୍କ ହାତରେ । ଯାହାଙ୍କ ନେତୃତ୍ୱରେ ମହାକାଶକୁ ନିଜସ୍ୱ ଯାନରେ ବୈଜ୍ଞାନିକ ପଠାଇବ ଭାରତ । ମହିଳାଙ୍କୁ ଏହି ମିଶନର ଦାୟିତ୍ୱ ଦେଇ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ସରକାର । ଆଉ ସେହି ମହିଳା ଜଣଙ୍କ ହେଉଛନ୍ତି ବିଆର ଲଳିତାମ୍ବିକା ।

ବିଆର ଲଳିତାମ୍ବିକା ପୂର୍ବରୁ ବିକ୍ରମ ସାରାଭାଇ ସ୍ପେଶ ସେଣ୍ଟରର ଉପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ଆସିଛନ୍ତି । ତାଙ୍କରି ନେତୃତ୍ୱରେ ହିଁ ଭାରତ ୧୦୪ଟି ସାଟେଲାଇଟ ଏକା ସଙ୍ଗରେ ଲଞ୍ଚ କରି ରେକର୍ଡ ସୃଷ୍ଟି କରିଥିଲା । ଆଉ ଏଥିପାଇଁ ବିଶ୍ୱ ସ୍ତରରୁ ତାଙ୍କୁ ପ୍ରଂଶସିତ କରାଯାଇଥିଲା । ଲଳିତାମ୍ବିକା ରକେଟ ଇଞ୍ଜିନିୟର ଭାବେ କାର୍ଯ୍ୟରତ । ଦୀର୍ଘ ୩୦ ବର୍ଷ ଧରି ସେ ଇସ୍ରୋ ସହ କାମ କରି ଆସୁଛନ୍ତି । ୧୯୮୮ ମସିହାରେ ବିକ୍ରମ ସାରାଭାଇ ସେଣ୍ଟରରେ କ୍ୟାରିଅର ଆରମ୍ଭ କରିଥିବା ଲଳିତାମ୍ବିକା କଣ୍ଟ୍ରୋଲ ଇଞ୍ଜିନିୟରିଂରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.