ସେଣ୍ଟ୍ରାଲ୍ ହୋଣ୍ଡାରେ ପଞ୍ଚମ ପିଢ଼ିର ଏସୟୁଭି ସିଆର୍-ଭି ଉନ୍ମୋଚିତ
1 min readଆଓରି-ନୂଆଦିଲ୍ଲୀ(୨୭/୧୦) : ହୋଣ୍ଡା କାରସ୍ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ସେଣ୍ଟ୍ରାଲ୍ ହୋଣ୍ଡାରେ ପଞ୍ଚମ ପିଢ଼ିର ସମ୍ପୂର୍ଣ୍ଣ ନୂଆ ପ୍ରିମିୟମ ଏସୟୁଭି ସିଆର୍-ଭିକୁ ଉନ୍ମୋଚନ କରାଯାଇଛି। ଏହାକୁ କଂପାନିର ଆର୍ଏମ୍ ଲୋକେଶ ଗୁପ୍ତା, ସେଣ୍ଟ୍ରାଲ୍ ହୋଣ୍ଡାର ଏମ୍ଡି ବିଶାଲ ଧାୱନ୍, ନିର୍ଦେଶିକା ସିନୁ ଧାୱନ୍ ଓ ଷ୍ଟେଟ୍ ବ୍ୟାଙ୍କ ଆର୍ଏମ୍ ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ ଉନ୍ମୋଚନ କରିଛନ୍ତି। ପ୍ରଥମ ଥର ପାଇଁ ଡିଜେଲ୍ ଭାରିଆଣ୍ଟ୍ରେ ସିଆର୍-ଭି ଉପଲବ୍ଧ ହୋଇଛି। ଉନ୍ନତ ଗାଡ଼ିଚାଳନା ଅନୁଭୂତି ପାଇଁ ଏଥିରେ ଅତ୍ୟାଧୁନିକ ସିଫ୍ଟ ବାଏ ଓୟାର ୯ଏଟିକୁ ପ୍ରଥମ ଥର ପାଇଁ ବ୍ୟବହାର କରାଯାଇଛି। ଏହାକୁ ‘୫ ଷ୍ଟାର୍ ଆସିଆନ୍ ଏନ୍-କ୍ୟାପ୍’ ନିରାପତ୍ତା ରେଟିଂ ମିଳିଛି। ଏହାବ୍ୟତୀତ ଏହି ବର୍ଗର ପ୍ରଥମ ଗାଡ଼ି ଭାବେ ଏଥିରେ ଲେନ୍ ୱାଚ୍ କ୍ୟାମେରା, ରିମୋଟ୍ ଇଞ୍ଜିନ ଷ୍ଟାର୍ଟର୍, ଡ୍ରାଇଭର୍ ଆଟେନ୍ସନ୍ ମନିଟର, ଆଜାଇଲ୍ ହାଣ୍ଡଲିଂ ଆସିଷ୍ଟ ଓ ରଙ୍ଗିନ୍ ଟିଏଫ୍ଟି ମନିଟର ରହିଛି। ଏହା ଉଭୟ ପେଟ୍ରୋଲ୍ ଓ ଡିଜେଲ୍ର ତିନିଟି ଭାରିଆଣ୍ଟ୍ ଓ ପାଞ୍ଚଟି ରଙ୍ଗରେ ଉପଲବ୍ଧ ହେଉଛି। ଭୁବନେଶ୍ଵରରେ ଏହାର ଏକ୍ସ ସୋ’ରୁମ୍ ମୂଲ୍ୟ ୨୮ ଲକ୍ଷ ୧୫ ହଜାର ଟଙ୍କାରୁ ଆରମ୍ଭ ହୋଇଛି।