୨ହଜାର ଆଧାର କାର୍ଡ ମିଳିଲା ନଦୀ କୂଳରୁ
1 min read
ଆଓରି-ଭୁବନେଶ୍ଵର:(୨୦/୦୫) ଆଧାର କାର୍ଡକୁ ପ୍ରଶାସନିକ ଦାୟିତ୍ୱହୀନତା ତାମିଲନାଡୁରେ ଦେଖିବାକୁ ମିଳଛି। ତାମିଲନାଡୁର ତିରୁବରୁର ଜିଲ୍ଲାରେ ମୁଲ୍ଲିୟାରୁ ନଦୀ କୂଳରେ ୨ ହଜାର ଆଧାର କାର୍ଡ ପଡ଼ିଥିବାର ଦେଖିବାକୁ ମିଳିଥିଲା। ରାଜସ୍ୱ ବିଭାଗର ଅଧିକାରୀମାନେ କହିଛନ୍ତି ଯେ ଯେଉଁ ଲୋକମାନଙ୍କର ଏସବୁ ଆଧାର କାର୍ଡ ଥିଲା,ଏସବୁ ସେମାନଙ୍କୁ ଦିଆଯିବାର ଥିଲା,କିନ୍ତୁ ସଂପର୍କୀତ ଡ଼ାକଘର-କର୍ତ୍ତୃପକ୍ଷ ଏହାର ବିତରଣ କରି ନଥିଲେ।
ମିଳିଥିବା ସୂଚନା ଅନୁଯାୟୀ ଏହି ଆଧାର କାର୍ଡଗୁଡିକର ପ୍ରଥମେ ପିଲାମାନେ ନଦୀ କୂଳରେ ଖେଳୁଥିବାର ଦେଖିବାକୁ ମିଳିଥିଲା। ପିଲାମାନେ ଏହି କାର୍ଡଗୁଡିକୁ ଗୋଟିଏ ଅଖାବସ୍ତାରେ ଭର୍ତ୍ତିଥିବାର ଦେଖିବାକୁ ପାଇଥିଲେ। ପରେ ଏ ସଂପର୍କରେ ସ୍ଥାନୀୟ ଲୋକେ ଅଭିଯୋଗ କରିବା ପରେ ରାଜସ୍ୱ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଅଧିକାରୀ କହିଛନ୍ତି ଯେ ଏସବୁ ଆଧାର କାର୍ଡ ପ୍ରାୟ ଦୁଇ ବର୍ଷ ତଳେ ଛପା ହୋଇଥିଲା। ଏହି ଘଟଣା ସଂପର୍କରେ ଅଧିକ ତଦନ୍ତ କରାଯାଉଥିବା ଜଣାଯାଇଛି।