March 25, 2023

ତେଲେଙ୍ଗାନାରେ ଦୁଇ ଟ୍ରେନ ଧକ୍କା; ଜଣେ ମୃତ, ୨୦ରୁ ଅଧିକ ଆହତ

1 min read

ଆଓରି-ନୂଆଦିଲ୍ଲୀ(୧୧/୧୧) : ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ସୋମବାର ଟ୍ରେନ ଦୁର୍ଘଟଣା ଘଟିଛି। ଦୁଇଟି ଟ୍ରେନ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣକKachiguda-Railway-Accident-Aajira-Odisha ମୃତ୍ୟୁ ଘଟିଥିବାବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ହାଇଦ୍ରାବାଦର କାଚିଗୁଡ଼ା ଷ୍ଟେଶନରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଦୁଇଟି ଯାକ ଟ୍ରେନର କିଛି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି। ଆରପିଏଫ ଏବଂ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ଵରାନ୍ବିତ କରିଛନ୍ତି। ଗୋଟିଏ ଟ୍ରାକରେ ଏକକାଳୀନ କିପରି ଦୁଇଟି ଟ୍ରେନ ଆସିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରେଳ କର୍ମଚାରୀଙ୍କ ତ୍ରୁଟି ଏବଂ ଅବହେଳା ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.