April 19, 2024

ସମଲେଶ୍ୱରୀ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ ; ୨ ଷ୍ଟେଶନ୍‌ ମାଷ୍ଟର ନିଲମ୍ବିତ

1 min read

ଆଓରି-ଭୁବନେଶ୍ଵର(୨୫/୦୬) : ରାୟଗଡ଼ା ଜିଲା ସିଙ୍ଗାପୁର ରୋଡ୍‌-କେଉଟଗୁଡ଼ା ମଝିରେ ମଙ୍ଗଳବାର ଅପରାହ୍ନ ସାଢ଼େ ୪ଟା ସମୟରେ ସମଲେଶ୍ୱରୀ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରାକ୍‌ ଲାଇନ୍‌ ମରାମତି କରୁଥିବା ଏକ ମେଣ୍ଟେନାନ୍ସ ଇଞ୍ଜିନ୍‌ ଧକ୍କା ଦେବା ଯୋଗୁ ଟ୍ରେନ୍‌ର ଇଞ୍ଜିନ୍‌ରେ ନିଆଁ ଲାଗିଯାଇଛି। ଟ୍ରେନ୍‌ର ଇଞ୍ଜିନ ସହ ଲଗେଜ ଭ୍ୟାନ୍‌ ଓ ଗୋଟିଏ ଜେନେରାଲ କୋଚ୍‌ ଲାଇନଚ୍ୟୁତ ହୋଇଛି। ଦୁର୍ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଅପରପକ୍ଷେ ଦୁର୍ଘଟଣାରେ କ୍ଷୟକ୍ଷତି ନେଇ ସ୍ପଷ୍ଟ ସୂଚନା ମିଳି ନ ଥିଲେ ହେଁ ୩ ଜଣ ଗୁରୁତର ଆହତ ହୋଇଥିବା କୁହାଯାଉଛି। କର୍ତ୍ତବ୍ୟରେ ଅବହେଳା ଲାଗି ୨ ଷ୍ଟେଶନ୍‌ ମାଷ୍ଟରଙ୍କୁ ନିଲମ୍ବିତ କରାଯାଇଛି।

ସମଲେଶ୍ୱରୀ ଏକ୍ସପ୍ରେସ୍‌ ହାଓ୍ବଡାରୁ ଜଗଦଲପୁର ଯାଉଥିଲା। ତେବେ ଉକ୍ତ ସ୍ଥାନରେ ଅନ୍ୟ ଏକ ଇଞ୍ଜିନକୁ ଧକ୍କା ଦେବା ଯୋଗୁ ଟ୍ରେନ୍‌ର ଇଞ୍ଜିନ୍‌ରେ ନିଆଁ ଲାଗିଯାଇଥିଲା। ଦୁର୍ଘଟଣା ପରେ ଉକ୍ତ ଇଞ୍ଜିନକୁ ଟ୍ରେନ୍‌ରୁ ଅଲଗା କରି ଦିଆଯାଇଛି। ଟ୍ରେନ୍‌ରେ ଥିବା ପାସେଞ୍ଜରଙ୍କ କୌଣସି କ୍ଷତି ଘଟି ନାହିଁ। ତେବେ ବିଶାଖାପାଟଣାରୁ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳକୁ ଯାଉଥିବା ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.