March 19, 2023

ଆରମ୍ଭ ହେଲା ଯୁକ୍ତ ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା

1 min read
+2 Spot-Admission-Aajira-Odisha

ଆଓରି-ଭୁବନେଶ୍ଵର(୩୦/୦୮) : ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ଯୁକ୍ତ ୨ କଲେଜଗୁଡିକରେ ଖାଲିଥିବା ସିଟ୍‌ ପୂରଣ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ। ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଥିବା ବେଳେ ଯୋଗ୍ୟ ବିବେଚିତ ଛାତ୍ରୀଛାତ୍ର ଶୁକ୍ରବାର ପୂର୍ବାହ୍ନ ୧୧ଟାରୁ ଶନିବାର ଅପରାହ୍ନ ୫ଟା ମଧ୍ୟରେ ନାମ ଲେଖାଇ ପାରିବେ।

ମିଳିଥିବା ସୂଚନା ମୁତାବକ, ଦ୍ୱିତୀୟ ପର୍ଯ୍ୟାୟରେ ନାମଲେଖା ଲାଗି ମୋଟ ୩୯,୦୫୦ ଜଣ ଛାତ୍ରୀଛାତ୍ର ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ମୋଟ ୩୬, ୩୧୭ ଛାତ୍ରୀଛାତ୍ର ମନୋନୀତ ହୋଇଛନ୍ତି। ଏଥିରେ ୧୬, ୯୩୬ ଜଣ ଛାତ୍ରୀ ରହିଥିବା ବେଳେ ୧୯,୩୮୧ଜଣ ଛାତ୍ର ରହିଛନ୍ତି। ସେହିଭଳି କଳା ବିଭାଗରେ ୧୭, ୩୩୫ଜଣ ନାମଲେଖା ପାଇଁ ମନୋନୀତ ହୋଇଥିବା ବେଳେ ବିଜ୍ଞାନରେ ୮,୭୬୬, ବାଣିଜ୍ୟରେ ୪,୭୧୧, ସଂସ୍କୃତରେ ୩,୫୯୫ ଓ ଧନ୍ଦାମୂଳକ ଶିକ୍ଷାରେ ୧୯୧୦ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି। ଅନ୍ୟପକ୍ଷରେ ସାମ୍‌ସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ୨୦୧୯-୨୦ ଶିକ୍ଷାବର୍ଷରେ ମୋଟ ୪,୪୨,୨୯୫ ସିଟ୍‌ରେ ଯୁକ୍ତ ନ ନାମଲେଖା ଅନୁଷ୍ଠିତ ହେଉଛି। ପ୍ରଥମ ପର୍ଯ୍ୟାୟ ନାମଲେଖାରେ ୩,୧୦,୩୭୫ ସିଟ୍‌ ପୂରଣ ହୋଇଥିବା ବେଳେ ଆଉ ୧,୩୧,୯୨୦ ସିଟ୍‌ ଖାଲିରହିଛି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.