ଅହମଦାବାଦରେ ତିନି ମହଲା ବିଶିଷ୍ଠ ବିଲ୍ଡିଂ ଭୁଶୁଡି ୨ମୃତ
1 min read
ଆଓରି-ନୂଆଦିଲ୍ଲୀ(୦୫/୦୯) : ଗୁଜୁରାଟର ଅହମଦାବାଦରେ ତିନି ମହଲା ବିଶିଷ୍ଠ ବିଲ୍ଡିଂ ଭୁଶୁଡି ପଡିଛି । ଏହି ଦୂର୍ଘଟଣାରେ ଜଣଙ୍କର ମୃତୁ ହୋଇଥିବାବେଳେ ଅନେକ ବିଲ୍ଡିଂ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ତେବେ ଦୂର୍ଘଟଣାଟି ଅମରାଇବାଡି ଅଞ୍ଚଳର ବଙ୍ଗଳାବାଲୀ ଚାଳିରେ ଘଟିଛି । ଘଟଣାସ୍ଥଳରେ ଦମକଳ ଭିଭାଗ ର ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ତେବେ ଏହି ଘଟଣା ପୁର୍ବରୁ ଗୁଜୁରାଟର ଅହମଦାବାଦ୍ର ଏକ ଅଞ୍ଚଳରେ ପାଣୀ ଟାଙ୍କି ଭୁଶୁଡି ୨ଜଣଙ୍କର ମୃତ୍ୟୁ ଘଟିଥିବାର ସାମ୍ନାକୁ ଆସିଥିଲା ।