ରାଜନୀତି

ବିଜେପିରେ ଯୋଗଦେଲେ ଜଳେଶ୍ଵରର ଜୟନାରାୟଣ ମହାନ୍ତି ଓ କେନ୍ଦ୍ରପଡାର ରଶ୍ମୀରଞ୍ଜନ ବେଉରା : ଧର୍ମେନ୍ଦ୍ର ପ୍ରଧାନ

ଆଓରି-ଭୁବନେଶ୍ଵର(୩୦/୬): ବାଲେଶ୍ଵର ଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଜଳେଶ୍ଵର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତି ଏବଂ କେନ୍ଦ୍ରପଡାର ଆଳି ନିର୍ବାଚନ ମଣ୍ଡଳୀର ଯୁବନେତା ରଶ୍ମୀରଞ୍ଜନ ବେଉରାଙ୍କୁ ଆଜି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା କୌଶଳ ବିକାସ ଓ ଦକ୍ଷତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦଳରେ ସାମିଲ କରିଛନ୍ତି|

DharmendraPradhanଶ୍ରୀ ପ୍ରଧାନ ତାଙ୍କ ବକ୍ତବ୍ୟ ରଖିଛନ୍ତି ଯେ ସମ୍ବିଧାନ ପଞ୍ଚାୟତକୁ ନିଜର ଯୋଜନାରେ ଖର୍ଚ୍ଚ କରିବା ପାଇଁ ସାମ୍ବିଧାନିକ ଅଧିକାର ପ୍ରଦାନ କରିଛି ,କିନ୍ତୁ  ଅଧିକାଂଶ ସରପଞ୍ଚ ଏବଂ ପଞ୍ଚାୟତ ପ୍ରତିନିଧି ଦଳର ବୋଲି ବିଜେଡ଼ି ଦାବି କରୁଛି | ଧର୍ମେନ୍ଦ୍ର ପ୍ରଧାନ ବିଜେଡିର ଶାସକ ଦଳକୁ ପ୍ରଶ୍ନ କରିଛନ୍ତି ଯେ  ସେମାନଙ୍କ ଠାରୁ ସେମାନଙ୍କର ସାମ୍ବିଧାନିକ ଅଧିକାର ଛଡାଇ ନେଇ ମୁଖ୍ୟମନ୍ତ୍ରୀ ନିଜେ ଯୋଜନାର ଘୋଷଣା କାହିଁକି କରୁଛନ୍ତି ? ଯେଉଁକାମ ଘୋଷଣା କରାଯାଉଛି ସେ କାମ ହେଉନାହିଁ , ଟେଣ୍ଡର ହେଉଛି ନା ନାହିଁ  ଇତ୍ୟାଦି ପ୍ରଶ୍ନ କରିଥିଲେ |

ମୁଖ୍ୟମନ୍ତ୍ରୀ ସ୍ୱେଚ୍ଛାଚାରୀ ଓ ବ୍ୟଭିଚାରୀ ହୋଇ ଓଡିଆ ଲୋକଙ୍କର କଷ୍ଟଲବ୍ଧ ଅର୍ଥକୁ ଦଳୀୟ ଆଧାରରେ ବାଣ୍ଟି ଦେବାର ଅପଚେଷ୍ଟା କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଅପାରଗ ଦୁର୍ନୀତିଗ୍ରସ୍ତ କହିଲେ ବିଜେଡ଼ି ର କର୍ମକର୍ତ୍ତ ମାନେ ପ୍ରତିବାଦ କରୁଛନ୍ତି | ୪ ଥର ଲଗାତର ମୁଖ୍ୟମନ୍ତ୍ରୀ ପଦବୀରେ ଚୟନ ହୋଇମଧ୍ୟ ରାଜ୍ୟର ଗରୀବ ଶ୍ରମିକମାନଙ୍କ ପାଇଁ କିଛି ସୁବିଧା ନକରି ଆୟୁଷ୍ମାନ ଭାରତ ଯୋଜନାର କାର୍ଡ ପାଞ୍ଚ ଲକ୍ଷ ଟଙ୍କାର ସୁବିଧା ପାଇବାରୁ ବଞ୍ଚିତ କରିଛନ୍ତି |

ମୋ ଜାତିର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କୁ ନବ କଳେବର ପୂର୍ବରୁ ଆଜି ପର୍ଯ୍ୟନ୍ତ ଯେପରି ଅବ୍ୟବସ୍ଥା ମଧ୍ୟରେ ରଖିଛନ୍ତି ଏହାକୁ ଅପାରଗତା ଛଡା ଆଉ କଣ ଶବ୍ଦ ବ୍ୟବହାର କରା ଯାଇ ପାରିବ ବୋଲି ଶ୍ରୀ ପ୍ରଧାନ ଏହି ମିଶ୍ରଣ ପର୍ବରେ ଶାସକ ଦଳ ମୁଖ୍ୟଙ୍କୁ ଆକ୍ଷେପ କରି କହିଥିଲେ |

Related Articles

Leave a Reply

Your email address will not be published. Required fields are marked *

Back to top button