ଅପରାଧ

ପାଠ ପଢାଇବା ବାହାନାରେ ନାବାଳିକାଙ୍କୁ ଘରେ ରଖି ଦୁଷ୍କର୍ମ

ଆ.ଓ.ରି(ତା୫|୬)-ରାଜଧାନୀ ଭୁବନେଶ୍ୱରେ ପୁଣି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ୬୦ବର୍ଷର ଜଣେ କଣ୍ଟ୍ରାକ୍ଟର ଜଣେ ୧୨ବର୍ଷର ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।  ତା ନାଁ ପ୍ରମୋଦ କୁମାର ସିଂ।  ଘଟଣା ପରେ ଅଭିଯୁକ୍ତ କଣ୍ଟ୍ରାକ୍ଟର ଫେରାର ଅଛି।

ସୂଚନା ଅନୁସାରେ ନାବାଳିକାଙ୍କ ବାପା ଗୁଜୁରାଟରେ ଦିନମଜୁରିଆ ଭାବେ କାମ କରନ୍ତି। ଝିଅକୁ ପାଠ ପଢାଇବା ପାଇଁ ନାବାଳିକାଙ୍କ ଜେଜେ ନିଜ ପରିଚିତ କଣ୍ଟ୍ରାକ୍ଟର ଘରେ ଛାଡିଥିଲେ। ତେବେ ସେ ପାଠ ପଢାଇବା ବଦଳରେ ନାବାଳିକାଙ୍କୁ ନିଜ ଘର କାମରେ ନିୟୋଜିତ କରିଥିଲା। ପରେ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତେବେ ନାବାଳିକା ଜଣଙ୍କ କଣ୍ଟ୍ରାକ୍ଟରଙ୍କ ଘରୁ କୌଶଳ କ୍ରମେ ଖସି ଆସି ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ।  ସ୍ଥାନୀୟ ଲୋକେ ସିଡବ୍ଲୁସିକୁ ଖବର ଦେବା ପରେ ନାବାଳିକାକୁ ଉଦ୍ଧାର କରାଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button