ଜାତୀୟରାଜ୍ୟ

ତାଳଚେରରେ ୨୦ ହଜାର କୋଟି ଟଙ୍କା ବ୍ୟୟରେ ଦୁଇଟି ବୃହତ୍‍ ପ୍ରକଳ୍ପ କାର୍ଯ୍ୟ ଆସନ୍ତା ଅକ୍ଟୋବରରୁ ଆରମ୍ଭ ; ଧର୍ମେନ୍ଦ୍ର ପ୍ରଧାନ

ଆଓରି-ଭୁବନେଶ୍ଵର(୮/୯) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତାଳଚେର ଗସ୍ତର ଅବ୍ୟବହିତ ପୂର୍ବରୁ ଶୁକ୍ରବାର କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା କୌଶଳ ବିକାସ ଓ ଦକ୍ଷତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଳଚେର ସାର କାରଖାନାରେ ସମୀକ୍ଷା ବୈଠକ କରିବା ସହିତ ଏଫ୍‍ସିଆଇର ପୁରୁଣା ପ୍ଲାଣ୍ଟ, ହେଲିପ୍ୟାଡ୍‍, ଖେଳ ପଡ଼ିଆ ଓ ବଲଣ୍ଡା ବ୍ଲାକ୍‍ ଡାଇମଣ୍ଡ ଷ୍ଟାଡ଼ିୟମ ସ୍ଥାନ ପରିଦର୍ଶନ କରିଥିଲେ।
ଆସନ୍ତା ୨୨ ତାରିଖ ୧୩ ହଜାର କୋଟି ଟଙ୍କା ବ୍ୟୟରେ ବନ୍ଦ ଥିବା ତାଳଚେର ସାର କାରଖାନର ପୁନରୁଦ୍ଧାର ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହାର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ଗ୍ୟାସ୍‍ ଅଥରିଟି ଅଫ୍‍ ଇଣ୍ଡିଆ ଲିମିଟେଡ୍‍(ଗେଲ୍‍), ରାଷ୍ଟ୍ରୀୟ କେମିକାଲ୍‍ ଫଟିଲାଇଜର୍ସ (ଆରସିଏଫ୍‍), କୋଲ୍‍ ଇଣ୍ଡିଆ ଲିମିଟେଡ୍‍(ସିଆଇଏଲ୍‍) ଓ ଫର୍ଟିଲାଇଜର କର୍ପୋରେସନ୍‍ ଅଫ୍‍ ଇଣ୍ଡିଆ ଲିମିଟେଡ୍‍(ଏଫ୍‍ସିଆଇଏଲ୍‍)ର ମିଳିତ ଉଦ୍ୟୋଗରେ ତାଳଚେର ସାର କାରଖାନାର ପୁନରୁଦ୍ଧାର ହେବାକୁ ଯାଉଛି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅପରାହ୍ନରେ ତାଳଚେର ସାରକାରଖାନାଠାରେ ପହଞ୍ଚିବା ପରେ ତାଙ୍କୁ ଉଚ୍ଛସିତ ସମ୍ବର୍ଦ୍ଧନା ଦିଆଯିବା ସହ ଏଫ୍‍ସିଆଇ ପ୍ଲାଣ୍ଟ ସାଇଟ୍‍କୁ ନିଆଯାଇଥିଲା। ଅପରାହ୍ଣ Aajira-Odisha୫ଟାରେ ତାଳଚେର ଥର୍ମାଲ୍‍ଠାରେ ଏନ୍‍ଟିପିସିର ବରିଷ୍ଠ ଅଧିକାରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହେବାକୁ ଥିବା ଶିଳାନ୍ୟାସ କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ଅନୁରୂପ ସମୀକ୍ଷା କରିଥିଲେ। ଏହି ପ୍ଲାଣ୍ଟରୁ ନୂତନ କାରିଗରୀ କୌଶଳରେ କୋଲ୍‍ ଗ୍ୟାସିଫିକେସନରୁ ୟୁରିଆ ଓ ଆମୋନିଆ ସାର ଉତ୍ପାଦନ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ। ସେହିଦିନ ତାଳଚେର ଥର୍ମାଲ୍‍ର ନୂତନ ପ୍ରକଳ୍ପ ପାଇଁ ୭ ହଜାର କୋଟି ଟଙ୍କା ବ୍ୟୟରେ ୧୩୦୦ ମେଗାୱାଟ୍‍ ବିଦ୍ୟୁତ୍‍ ଉତ୍ପାଦନ କେନ୍ଦ୍ରର ମଧ୍ୟ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବେ ବୋଲି ସେ କହିଥିଲେ। ତାଳଚେରରେ ୨୦ ହଜାର କୋଟି ଟଙ୍କା ବ୍ୟୟରେ ଏହି ଦୁଇଟି ବୃହତ୍‍ ପ୍ରକଳ୍ପ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭ ଦିଆଯାଉଥିବାରୁ ଏହି ଅଞ୍ଚଳପାଇଁ ସୌଭାଗ୍ୟ ଏବଂ ବହୁଦିନର ଆଶା ଆକାଂକ୍ଷା ପୂରଣ ହେବାକୁ ଯାଉଛି। ଏହି ଦୁଇଟି ବୃହତ୍‍ ପ୍ରକଳ୍ପର କାର୍ଯ୍ୟ ଆସନ୍ତା ଅକ୍ଟୋବରରୁ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଥିଲେ।

ଅପରାହ୍ନରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତାଳଚେର ସାର କାରଖାନାକୁ ଆସିବା ପରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ଆଲୋଚନା କରିଥିଲେ। ପରେ ତାଳଚେର ଥର୍ମାଲ୍‍ଠାରେ ମଧ୍ୟ ବରିଷ୍ଠ ଏନ୍‍ଟିପିସି ପଦାଧିକାରୀଙ୍କ ସହିତ ଏ ସମ୍ପର୍କରେ ଆଲୋଚନା କରିଥିଲେ। ସମୀକ୍ଷା ବୈଠକରେ ଗେଲ୍‍, କୋଲ୍‍ ଇଣ୍ଡିଆ, ଆର୍‍ସିଏଫ୍‍ ଓ ଏଫ୍‍ସିଆଇଏଲ୍‍ ଓ ଏନ୍‍ଟିପିସିରର ବରିଷ୍ଠ ପଦାଧିକାରୀଙ୍କ ସମେତ ତାଳଚେର ଡିଆଇଜି ନରସିଂହ ଭୋଳ, ଜିଲାପାଳ ଅନୀଲ କୁମାର ସାମଲ, ଏସ୍‍ପି ମିତ୍ରଭାନୁ ମହାପାତ୍ର, ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣି, ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲଙ୍କ ସମେତ ବହୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଧିକାରୀମାନେ ଉପସ୍ଥିତ ଥିଲେ।Dharmendra-Pradhan-Aajira-Odisha

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସାକ୍ଷାତ କରି କହିଲେ ଯେ ଓଡ଼ିଶା ତଥା ତାଳଚେରରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଏହି ଦୁଇଟି ବୃହତ୍‍ ପ୍ରକଳ୍ପ ହେବା ଫଳରେ ଦୀର୍ଘ ଦିନର ସ୍ୱପ୍ନ ସାକାର ହେବାକୁ ଯାଉଛି। ପେଟ୍ରୋଲ୍‍ ଓ ଡିଜେଲ୍‍ ଦର ବୃଦ୍ଧି ସମ୍ପର୍କରେ କହିଲେ ଯେ ଅନ୍ତରାଷ୍ଟ୍ରୀୟ ବଜାର ଏବଂ ବିଭିନ୍ନ ଦେଶର ତୈଳ ଉତ୍ପାଦନକାରୀ ସଂସ୍ଥାର ଚାପ କାରଣରୁ ଭାରତରେ ତୈଳ ଦର ବୃଦ୍ଧି ପାଇଛି। ବିଜୁ ଜନତା ଦଳ ଏହି ତୈଳ ବୃଦ୍ଧି ନେଇ ଯେଉଁ ଆନ୍ଦୋଳନ କରିବାକୁ ଯାଉଛି ତାହା ହାସ୍ୟାସ୍ପଦ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କ୍ଷମତାକୁ ଆସିଲା ବେଳେ ଓଡ଼ିଶା ସରକାର ତୈଳଦ୍ରବ୍ୟରୁ ୩ ହଜାର କୋଟି ଟଙ୍କା ରାଜସ୍ୱ ପାଉଥିଲା। ଏବେ ତାହା ବୃଦ୍ଧି ପାଇ ୭ ହଜାର କୋଟି ଟଙ୍କାରେ ପହଞ୍ଚିଛି। ତେଣୁ ରାଜ୍ୟ ସରକାର କୁମ୍ଭୀର କାନ୍ଦଣା ବନ୍ଦ କରନ୍ତୁ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଥିଲେ।

 

Related Articles

Leave a Reply

Your email address will not be published. Required fields are marked *

Back to top button