ଶିକ୍ଷା

ଜୁନ୍‌ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ରେଜଲ୍ଟ

ଆ.ଓ.ରି(ତା୨୯|୫)-ମେ ବଦଳରେ ଜୁନ୍ ମାସରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ରେଜଲ୍ଟ। ଜୁନ୍ ପ୍ରଥମ ସପ୍ତାହରେ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇବା ନେଇ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ସୂଚନା ଦେଇଛନ୍ତି।

ଖାତା ଦେଖାରେ ବିଭ୍ରାଟ ସହ ମାନୁଆଲ୍‌ ଏଣ୍ଟ୍ରି ହେଉଥିବାରୁ ରେଜଲ୍ଟ ବାହାରିବାରେ ବିଳମ୍ବ ହେଉଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ସୂଚନାଥାଉ କି, ମେ ଶେଷ ସପ୍ତାହରେ ରେଜଲ୍ଟ ବାହାରିବ ବୋଲି ପୂର୍ବରୁ କହିଥିଲେ ଗଣଶିକ୍ଷା ମନ୍ତ୍ରୀ। ଗତବର୍ଷ ମେ ୩୦ରେ ରେଜଲ୍ଟ ବାହାରିଥିଲା ବେଳେ ଏଥର ରେଜଲ୍ଟ ବାହାରିବାରେ ବିଳମ୍ବ ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button