ରାଜ୍ୟଶିକ୍ଷା

+୨ ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଲେ ୨ଲକ୍ଷ ୯୮ହଜାର ୨୯୨ଜଣ

ଆଓରି-ଭୁବନେଶ୍ଵର(୧୦/୦୭) : ରାଜ୍ୟରେ ଥିବା ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ଓ ସଂସ୍କୃତ ଉପଶାସ୍ତ୍ରୀ ପାଠ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ଦୁଇ ଲକ୍ଷ ୯୮ ହଜାର ୨୯୨ ଜଣ ଆଡ଼ମିସନ ନେଇଛନ୍ତି। ମଙ୍ଗଳବାର ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମ ଲେଖା ପାଇଁ ଶେଷ ଦିନ ଥିଲା।

ମିଳିଥିବା ସୂଚନା ଅନୁଯାୟୀ ଏକ ହଜାର ୫୭୭ଟି ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଡ଼ମିସନ ପାଇଁ ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ୩ ଲକ୍ଷ ୨୨ ହଜାର ୫୨୧ ଜଣଙ୍କ ମଧ୍ୟରୁ ୨ ଲକ୍ଷ ୮୮ ହଜାର ୯୫୭ ଜଣ ଆଡ଼ମିସନ ନେଇଥିବା ବେଳେ ୧୯୧ଟି ଧନ୍ଦାମୂଳକ ଶିକ୍ଷାନୁଷ୍ଠାନରେ ୪ ହଜାର ୬୮୯ ଜଣଙ୍କ ମଧ୍ୟରୁ ୪ ହଜାର ୩୫ ଜଣ ଏବଂ ୧୬୪ଟି ସଂସ୍କୃତ ଉପଶାସ୍ତ୍ରୀ ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟରେ ୬ ହଜାର ୩୧୮ ଜଣଙ୍କ ମଧ୍ୟରୁ ୫ ହଜାର ୨୯୯ ଜଣ ଆଡ଼ମିସନ ନେଇଛନ୍ତି।

ପ୍ରଥମ ପର୍ଯ୍ୟାୟ ପରେ ଯୁକ୍ତ ଦୁଇରେ ୧ ଲକ୍ଷ ୩୮ ହଜାର ୫୯୦ଟି ସିଟ, ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୩୦୧ଟି ଓ ସଂସ୍କୃତ ଉପଶାସ୍ତ୍ରୀ ଶ୍ରେଣୀରେ ୬ ହଜାର ୧୩ଟି ସିଟ ବଳକା ରହିଛି। ତେବେ ଏହି ସବୁ ସିଟ ପାଇଁ ଚଳିତ ମାସ ୧୩ ତାରିଖରେ ଦ୍ଵିତୀୟ ପର୍ଯ୍ୟାୟ ନାମ ତାଲିକା ପ୍ରକାଶ ପାଇବ ଓ ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ଆଡ଼ମିସନ ପ୍ରକ୍ରିୟା ଜାରି ରହିବ।

Related Articles

Leave a Reply

Your email address will not be published. Required fields are marked *

Back to top button