ରାଜ୍ୟ

ସପ୍ନା ଚୌଧୁରୀଙ୍କ ପ୍ରୋଗ୍ରାମ ଗହଳିରେ ଚାପି ହୋଇ ଜଣେ ଯୁବକ ମୃତ

ଆଓରି-ନୂଆଦିଲ୍ଲୀ(୧୬/୧୧) : ବିହାରର ବେଗୁସରାୟରେ ଫେମସ ଡ୍ୟାନ୍ସର ସପ୍ନା ଚୌଧୁରୀଙ୍କ ପ୍ରୋଗ୍ରାମରେ ପ୍ରବଳ ଭିଡ ଲାଗିଗଲା । ସପ୍ନାଙ୍କୁ ଦେଖିବା ପାଇଁ ଲୋକେ ଏତେ ପାଗଳ ହୋଇଗଲେ ଯେ ଭିଡକୁ କାବୁ କରିବା ପାଇଁ ପୋଲିସ ପକ୍ଷେ ମଧ୍ୟ ସମ୍ଭବ ହେଲାନାହିଁ । ଶେଷରେ ବାଧ୍ୟ ହୋଇ ଲାଠିଚାର୍ଜ କଲା ପୋଲିସ । ଏହି ଦୌଡାଦୌଡିରେ ପରିସ୍ଥିତି ଏପରି ହୋଇଗଲା ଯେ ପ୍ରାୟ ଲୋକ ତଳେ ପଡିବାପରେ ତାଙ୍କ ଉପରେ ଅନ୍ୟମାନେ ଚଢି ଚାଲିଯିବା ଭଳି ଦୃଶ୍ୟ ଦେଖିବାକୁ ମିଳିଲା । ତେବେ ଏହି ଗହଳିରେ ଚାପି ହୋଇ ଜଣେ ଯୁବକ ମୃତ୍ୟୁବରଣ କରିଛନ୍ତି ।

ସୂଚନା ଅନୁସାରେ ବେଗୁସରାୟ ଜିଲ୍ଲାର ଭରୋଲରେ ଛଟ୍ ମହୋତ୍ସବ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଆୟୋଜନରେ ଫେମସ ଡ୍ୟାନ୍ସର ସପ୍ନା ଚୌଧୁରୀଙ୍କୁ ନୃତ୍ୟ ପରିବେଷଣ କରିବାକୁ ନିମନ୍ତ୍ରଣ କରାଯାଇଥିଲା । ତାଙ୍କୁ ଦେଖିବା ପାଇଁ ଲକ୍ଷଲକ୍ଷ ଲୋକ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିଗଲେ । ଯେତେବେଳେ ସପ୍ନା ନିଜ ଅନ୍ଦାଜରେ ଠୁମକା ଲଗାଇଲେ ଲୋକେ ବ୍ୟାରିକେଟ୍ ଭାଙ୍ଗି ଷ୍ଟେଜ୍ ଉପରକୁ ଧାଇଁବାକୁ ଲାଗିଲେ । ଫଳରେ ଏହି ସମୟରେ ସେଠାରେ ଦୌଡାଦୋଡି ଓ ପେଲାଠେଲାର ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲାଠି ଚାର୍ଜ କରିବାରେ ଲାଗିଗଲା । ତେବେ ଏହି ଭିଡରେ ଚାପିହୋଇ ଜଣେ ଯୁବକ ମୃତ୍ୟୁବରଣ କରିଛନ୍ତି  । କହିରଖୁଛୁ ହରିୟାଣା ଡ୍ୟାନ୍ସର ଓ ସିଙ୍ଗର ସପ୍ନା ଚୌଧୁରୀଙ୍କ ଅଧିକାଂଶ ପ୍ରୋଗ୍ରାମରେ ଦର୍ଶକ ଏମିତି ଧମାଲ କରନ୍ତି । ଏହା ପୂର୍ବରୁ ରାଜସ୍ଥାନର ଚୁଋ, ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ମଧ୍ୟ କାର୍ଯ୍ୟକ୍ରମ ସମୟରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ପ୍ରୟାଗରାଜରେ ତ ସପ୍ନାଙ୍କ କାର୍ଯ୍ୟକ୍ରମକୁ ରଦ୍ଦ କରିବାକୁ ପଡିଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button