April 25, 2024

ଜମ୍ମୁ କଶ୍ମୀରରେ ସୁଧୁରୁଛି ସ୍ଥିତି ; ଆସନ୍ତାକାଲିଠାରୁ ଖୋଲିବ ୧୯୦ଟି ବିଦ୍ୟାଳୟ

1 min read
190 schools in Srinagar on Monday-Aajira-Odisha

ଆଓରି-ନୂଆଦିଲ୍ଲୀ(୧୮/୦୮) : ଜମ୍ମୁ କଶ୍ମୀରରେ ସୁଧୁରୁଛି ସ୍ଥିତି । ଆସନ୍ତାକାଲିଠାରୁ ୧୯୦ଟି ପ୍ରାଥମିକ ବିଦ୍ୟାଳୟ ପୁଣି ଖୋଲିବ । ଉତ୍ତେଜନା ଯୋଗୁଁ ଏହି ସ୍କୁଲଗୁଡ଼ିକ ବନ୍ଦ ଥିଲା, ସେହି ହିସାବରେ ଅତିରିକ୍ତ ଶିକ୍ଷା ଦାନ ଦିଆଯିବ । ଏହା ବ୍ୟତୀତ ଅନ୍ୟ କଟକଣା ମଧ୍ୟ ଧୀରେ ଧୀରେ ହ୍ରାସ କରି ଦିଆଯିବ । ସ୍ଥାନୀୟ ଅଧିକାରୀ ଏଥିପାଇଁ ସ୍ଥିତି ଉପରେ ନଜର ରଖିଛନ୍ତି । ଛାତ୍ରଛାତ୍ରୀଙ୍କ ସୁରକ୍ଷା ଜିଲ୍ଲା ପ୍ରଶାସନର ମୁଖ୍ୟ ଚିନ୍ତା ଏବଂ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି । ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପୂର୍ବରୁ ରାଜ୍ୟରେ ଲଗାଯାଇଥିବା କଟକଟା ଏବେ ଧୀରେ ଧୀରେ ଶେଷ ହେଉଛି । ସାଧାରଣ ଜନଜୀବନ ସ୍ୱଭାବିକ ଅବସ୍ଥାକୁ ଫେରୁଛି । ଜମ୍ମୁ କଶ୍ମୀରର ୫ଟି ଜିଲ୍ଲାରେ ମୋବାଇଲ ଓ ଇଣ୍ଟରନେଟ ସେବା ଆରମ୍ଭ କରି ଦିଆଯିବା ପରେ ସରକାର ନିଷ୍ପତ୍ତି ନେଇଛନ୍ତି ।

ଜମ୍ମୁ କଶ୍ମୀରର ମୁଖ୍ୟ ଶାସନ ସଚିବ ରୋହିତ କଂସଲ ଏବଂ ଶ୍ରୀନଗରର ଡିଭିଜନ କମିସନର ବାସିର ଖାନ ଶନିବାର ଯୁଗ୍ମ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ସୋମବାର ଶ୍ରୀନଗରର ୧୯୦ଟି ପ୍ରାଥମିକ ସ୍କୁଲ ଖୋଲିବାକୁ ଯୋଜନା ଅଛି । ଯେଉଁ ଅଞ୍ଚଳରେ ସ୍କୁଲଗୁଡ଼ିକ ଖୋଲିବ, ଏଥିରେ ଲାସଜାନ, ସାଙ୍ଗରୀ, ପନ୍ଥଚୌକ, ନୌଗାମ, ରାଜବାଗ, ଜବାହର ନଗର, ଗଗରୀବାଲ, ଧାରା, ଥିଡ, ବାଟମାଲୁ ଏବଂ ଶାଲଟେଙ୍ଗ ଆଦି ସାମିଲ ଅଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.