ଜାତୀୟ

ଜାତୀୟ ସାହସିକତା ପୁରସ୍କାର ପାଇଁ ୧୮ଜଣ ଶିଶୁ ମନୋନିତ

ନୂଆଦିଲ୍ଲୀ : ୧୮ ଜଣ ଶିଶୁ ଜାତୀୟ ସାହସିକତା ପୁରସ୍କାର-୨୦୧୭ ପାଇଁ ମନୋନିତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସାତ ଜଣ ବାଳିକା ଓ ୧୧ ଜଣ ବାଳକ ଅଛନ୍ତି । ତିନି ଜଣଙ୍କୁ ମରଣୋତ୍ତର ଭାବେ ଏହି ପୁରସ୍କାର ପ୍ରଦାନ କରାଯିବ । ଏହି ୧୮ଜଣଙ୍କ ମଧ୍ୟରେ ଦୁଇଜଣ ଓଡ଼ିଆ ବାଳକ ବାଳିକା ଅଛନ୍ତି । ଗତବର୍ଷ ନିଜ ଭଉଣୀକୁ କୁମ୍ଭୀର ଟାଣି ନେଉଥିବା ବେଳେ ଅପୂର୍ବ ସାହସିକତା ଦେଖାଇ ଭଉଣୀକୁ କୁମ୍ଭୀର ମୁହଁରୁ ଉଦ୍ଧାର କରିଥିବା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ବାଙ୍କୁଆଳ ଗ୍ରାମର ୭ ବର୍ଷର ବାଳିକା ମମତା ଦଳେଇ ଓ ବୈତରଣୀ ନଦୀରେ ବନ୍ୟାରେ ଭାସିଯାଉଥିବା ୩ ଜଣ ମହିଳାଙ୍କୁ ଅପୂର୍ବ ସାହସିକତା ଦେଖାଇ ଉଦ୍ଧାର କରିଥିବା କେନ୍ଦୁଝର ଜିଲ୍ଲାର ୧୪ ବର୍ଷର ବାଳକ ପଙ୍କଜ କୁମାର ମହାନ୍ତିଙ୍କୁ ଏହି ସାହସିକତା ପୁରସ୍କାର ପାଇଁ ମନୋନୀତ ହୋଇଥିବା ଜଣରପଡିଛି । ସାହସିକତାର ସ୍ୱୀକୃତି ସ୍ୱରୂପ ସମସ୍ତଙ୍କୁ ମେଡ଼ାଲ ସହିତ ୪୦ ହଜାର ଟଙ୍କା ପୁରସ୍କାର ପ୍ସରଦାନ କରାଯିବ।

ଉତ୍ତର ପ୍ରଦେଶର ୧୬ ବର୍ଷ ବୟଷ୍କା କୁମାରୀ ନାଜିଆଙ୍କୁ ଭାରତ ପୁରସ୍କାର ପ୍ରଦାନ କରାଯିବ । ବେଆଇନ ଭାବେ ବ୍ୟବସାୟ କରୁଥିବା ଓ ଜୁଆ ଆଡ୍ଡା ଚଳାଉଥିବା ଗ୍ୟାଙ୍ଗକୁ ସେ ସାହସିକତାର ସହିତ ପୁଲିସ ହାତରେ ଧରାଇ ଦେଇଥିଲେ । ପରେ ପୁଲିସ ସେହି ଗ୍ୟାଙ୍ଗକୁ ଗିରଫ କରିଥିଲା । ବୁଡି ଯାଉଥିବା ବେଳେ ଦୁଇଜଣ ଶିଶୁଙ୍କୁ ଉଦ୍ଧାର କରିଥିବା ୧୪ ବର୍ଷର ସ୍ୱର୍ଗୀୟ ନେଟରାୱତି ଏମ. ଚଭନଙ୍କୁ ସମ୍ମାନ ଜନକ ଗୀତା ଚୋପ୍ରା ପୁରସ୍କାର ପାଇଁ ମନୋନୀତ କରାଯାଇଛି । ସେହିପରି ଅସାଧାରାଣ ସାହସିକତା ପ୍ରଦର୍ଶନ କରି ୧୫ ଜଣ ସ୍କୁଲ ପିଲାଙ୍କ ଜୀବନ ରକ୍ଷା କରିଥିବା ପଞ୍ଜାବର ୧୬ ବର୍ଷର ବାଳକ କରନବୀର ସିଂହଙ୍କୁ ସଞ୍ଜୟ ଚୋପ୍ରା ପୁରସ୍କାର ପ୍ରଦାନ କରାଯିବ ।

Related Articles

Leave a Reply

Your email address will not be published. Required fields are marked *

Back to top button