July 3, 2022

୧୭ ଜଣ ବିଧାୟକଙ୍କୁ ନିଜ ମନ୍ତ୍ରୀମଣ୍ଡଳରେ ସାମିଲ୍‌ କଲେ ବିଏସ୍‌ ୟେଦୁରପ୍ପା

1 min read
17 MLAs to be inducted as cabinet ministers in Karnataka

ଆଓରି-ନୂଆଦିଲ୍ଲୀ(୨୦/୦୮) : କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାର ଗ୍ରହଣ କରିବା ପରେ ବିଏସ୍‌ ୟେଦୁରପ୍ପା ପ୍ରଥମ ଥର ମଙ୍ଗଳବାରରେ ନିଜ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିଛନ୍ତି । ମନ୍ତ୍ରୀମଣ୍ଡଳରେ ୧୭ ଜଣ ବିଧାୟକଙ୍କୁ ସାମିଲ୍‌ କରିଛନ୍ତି ୟେଦୁରପ୍ପା । ୨୬ ଜୁଲାଇରେ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ହେବା ପରେ ମନ୍ତ୍ରୀମଣ୍ଡଳର ପ୍ରଥମ ଥର ସମ୍ପ୍ରସାରଣ ହୋଇଛି । ତେବେ ୟେଦୁରପ୍ପା ୨୯ ଜୁଲାଇରେ ବିଧାନସଭାରେ ନିଜ ସରକାରର ବହୁମତ ପ୍ରମାଣିତ କରିଥିଲେ ।

ରାଜ୍ୟପାଳ ବଜୁଭାଇ ବାଲା ରାଜଭବନରେ ଏହି ୧୭ ନୂଆ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି  । ତେବେ ୨୦ ଦିନରୁ ଅଧିକ ଦିନ ଧରି ଏକୁଟିଆ ମନ୍ତ୍ରୀମଣ୍ଡଳ ସମ୍ଭାଳିବା ନେଇ ଜେଡିଏସ ଓ କଂଗ୍ରେସ ପକ୍ଷରୁ ସମାଲୋଚନା କରିବା ପରେ ବିଏସ ୟେଦୁରପ୍ପା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ଭେଟି ତାଙ୍କୁ ସମ୍ଭାବିତ ମନ୍ତ୍ରୀଙ୍କ ତାଲିକା ଦେଇଥିଲେ । ଶାହାଙ୍କ ଅନୁମୋଦନ ପରେ ଏହି ତାଲିକାକୁ ରାଜ୍ୟପାଳଙ୍କ ନିକଟକୁ ଗତକାଲି ପଠାଇଥିଲେ ।

 

Leave a Reply

Your email address will not be published.

Copyright © All rights reserved. | Newsphere by AF themes.