May 20, 2024

ରାଜସ୍ଥାନରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ ; ପାର୍ଟି ଛାଡିଲେ ୧୫୦ରୁ ଅଧିକ କର୍ମୀ

1 min read
Aajira-Odisha

ଆଓରି-ନୂଆଦିଲ୍ଲୀ(୧୬/୧୧) : ରାଜସ୍ଥାନରେ ବିଧାନସଭା ନିର୍ବାଚନ ଟିକେଟ୍ ଘୋଷଣା ହେବାପରେ ବିଭିନ୍ନ ସ୍ଥାନରେ ପ୍ରଦର୍ଶନ ଆରମ୍ଭ ହୋଇଯାଇଛି । ଜୟପୁର, କୋଟା, ବିକାନେର, ଭରତପୁର ସମେତ ପ୍ରାୟ ସ୍ଥାନରେ କଂଗ୍ରେସ କର୍ମୀ ପାର୍ଟି ବିରୁଦ୍ଧରେ ପ୍ରଦର୍ଶନ କରୁଛନ୍ତି ଏବଂ ପାର୍ଟିରୁ ଇସ୍ତଫା ଦେଉଛନ୍ତି ।

ଜୟପୁରରେ ଯେତେବେଳେ କିଶନପୋଲ ବିଧାନସଭା ସିଟର ଟିକେଟର ଘୋଷଣା ହେଲା ସହରରେ ପୂର୍ବତମ ମେୟର ତଥା କଂଗ୍ରେସର ମହାସଚିବ ଜ୍ୟୋତି ଖଣ୍ଡେଲୱାଲା ଅଭିମାନ କରି ପାର୍ଟିରୁ ସବୁ ପଦରୁ ଇସ୍ତଫା ଦେଇଦେଇଛନ୍ତି । ଅନ୍ୟପଟେ ବିଦ୍ୟାଧର ନଗରରୁ ୨ଥର ନିର୍ବାଚନ ଲଢିସାରିଥିବା ବିକ୍ରମ ସିଂହ ବିଦ୍ରୋହ କରିବାକୁ ଠାଣି ନେଇଛନ୍ତି । ତାଙ୍କ ସମର୍ଥନରେ ଜୟପୁରର କଂଗ୍ରେସ କାର‌୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ହେଉଛି । ବିକ୍ରମ ସିଂହ ସୂଚନା ଦେଇଛନ୍ତି ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ।

ଅଜମେରରେ ମଧ୍ୟ ମସୁଦାରେ ପୂର୍ବତମ ସଂସଦୀୟ ସଚିବ ବ୍ରହ୍ମଦେବ କୁମାୱତ ସ୍ୱାଧୀନ ଭାବେ ଲଢିବେ ବୋଲି ବାର୍ତ୍ତା ଦେଇସାରିଛନ୍ତି । କଂଗ୍ରେସ ତାଙ୍କ ବଦଳରେ ରାକେଶ ପାରିକଙ୍କୁ ମଇଦାନକୁ ଓହ୍ଲାଇଛନ୍ତି । ଜେସଲମେରରେ ରୁପା ରାମ ମଘୱାଲଙ୍କୁ କଂଗ୍ରେସର ଟିକେଟ ନଦିଆଯିବା ବିରୁଦ୍ଧରେ କଂଗ୍ରେସର ପୂର୍ବତମ ବିଧାୟକ ସୁନିତା ଭାଟି ପାର୍ଟି ଛାଡିବାର ସଙ୍କେତ ଦେଇଛନ୍ତି ।

କଂଗ୍ରେସର ସବୁଠାରୁ ଅଧିକ ବିକ୍ଷୋଭ ରାଜସ୍ଥାନର ବିକାମେର ଓ କୋଟାରେ ହୋଇଛି । ବିକାନେରରେ କଂଗ୍ରେସର ପୂର୍ବ ଅଧ୍ୟକ୍ଷ ବିଡି କଲ୍ଲାଙ୍କ ଟିକେଟ୍ କଟାହୋଇଯାଇଛି ଯାହା ଫଳରେ କାଲି ରାତିରୁ କର୍ମୀ ବିକ୍ଷୋଭ କରୁଛନ୍ତି । ପ୍ରାୟ ସ୍ଥାନରେ ଟ୍ରେନ ଚଳାଚଳ ମଧ୍ୟ ବନ୍ଦ କରିଦେଇଛନ୍ତି ପ୍ରଦର୍ଶନକାରୀ । ଟ୍ରେନ୍ ଲାଇନରେ ବସି ଓ କାର୍ଯ୍ୟାଳୟରେ ଚେୟାର, ଟେବୁଲ ଆଦି ଜଳାଯାଇଛି । ଜୟପୁରରେ କଂଗ୍ରେସ ମୁଖ୍ୟାଳୟ ବିଦ୍ରୋହୀ କଂଗ୍ରେସ ନେତାଙ୍କର ଆଡ୍ଡାସ୍ଥଳୀ ପାଲଟିଛି ଯେଉଁଠାରେ ୧୨ରୁ ୧୫ ଜଣ ଅସନ୍ତୁଷ୍ଟ ପ୍ରାର୍ଥୀ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.