ଜାତୀୟ

ଜାମ୍ମୁ-କାଶ୍ମୀର ଅନନ୍ତନାଗ ଜିଲ୍ଲାରେ ଏନକାଉଣ୍ଟର ; ଜଣେ ଆତଙ୍କବାଦୀ ନିହତ

ଆଓରି-ନୂଆଦିଲ୍ଲୀ(୦୮/୦୬) : ଜାମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲା ଅନ୍ତର୍ଗତ ନୌଗାମ ଶାହବାଦରେ ଶନିବାର ଭୋର ସମୟରେ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଘଟିଛି। ଏଥିରେ ଜୈଶ ଆତଙ୍କବାଦୀ ସଂଗଠନର ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହା ସହିତ ସେଠାରେ ଆହୁରି ୨ରୁ ୩ ଜଣ ଆତଙ୍କବାଦୀ ଲୁଚି ରହିଥିବାବେଳେ ଯବାନମାନେ ସେମାନଙ୍କୁ ଘେରି ରହିଛନ୍ତି। ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ତେବେ ନିହତ ଆତଙ୍କବାଦୀଙ୍କ ମୃତଦେହ ଜବତ ହୋଇପାରି ନ ଥିବାବେଳେ ତାଙ୍କ ନାମ ମହମ୍ମଦ ଇକବାଲ ବୋଲି ଜଣାପଡ଼ିଛି।

ଚଳିତବର୍ଷ ଜୁନ ସୁଦ୍ଧା ଜାମ୍ମୁ-କାଶ୍ମୀରରେ ସେନାର କାର୍ଯ୍ୟାନୁଷ୍ଠାନ ଫଳରେ ୧୦୬ରୁ ଅଧିକ ଆତଙ୍କବାଦୀ ନିହତ ହୋଇସାରିଲେଣି। ଗତବର୍ଷ ମୋଟ ୨୫୪ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀମାନେ ମାରିଥିଲେ। ଏହାସହିତ ଏବର୍ଷ ଜୁନ ୬ ସୁଦ୍ଧା ପାକିସ୍ତାନ ପକ୍ଷରୁ ସୀମାନ୍ତରେ ୧୧୭୦ ଥର ଯୁଦ୍ଧବିରତି ଉଲ୍ଲଂଘନ କରାଯାଇଛି। ୨୦୧୮ରେ ପାକିସ୍ତାନ ଦ୍ୱାରା ୧୬୨୯ ଥର ଯୁଦ୍ଧବିରତି ଉଲ୍ଲଂଘନ କରାଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button