April 19, 2024

୧.୫୮ କୋଟି ଟଙ୍କାର ପ୍ରକଳ୍ପ ୪ଟି ପଞ୍ଚାୟତ ପାଇଁ ମଞ୍ଜୁର

1 min read
Naveen-Ordered-SIT-Probe-on-Kunduli-Case

ଭୁବନେଶ୍ୱର, (ଆଓରି)୧୭: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ନବରଙ୍ଗପୁରର ବୁର୍ଜା ଗ୍ରାମ ପଞ୍ଚାୟତ, ସୋନପୁରର ଦିଗସରା, ବାଲେଶ୍ୱରର ଜାମକୁଣ୍ଡା, ପୁରୀର କନ୍ଦାଗୋଡା ପଞ୍ଚାୟତ ପାଇଁ ୧କୋଟି ୫୮ଲକ୍ଷ ଟଙ୍କାର ୨୮ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଗ୍ରାମ ବିକାଶ କାର୍ଯ୍ୟକ୍ରମର ସଫଳତା ପାଇଁ ଲୋକଙ୍କ ସହଯୋଗ ଲୋଡିବା ଥିଲେ | ଏହି ପ୍ରକଳ୍ପଗୁଡିକ ମଧ୍ୟରେ ବୁର୍ଜା ପଞ୍ଚାୟତ ପାଇଁ ୧୦ଟି ପ୍ରକଳ୍ପ, ଜାମକୁଣ୍ଡା ପଞ୍ଚାୟତ ପାଇଁ ୬ଟି ପ୍ରକଳ୍ପ, ଦିଗସରା ପଞ୍ଚାୟତ ପାଇଁ ୬ଟି ଓ କନ୍ଦାଗୁଡା ପଞ୍ଚାୟତରେ ୬ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି। ମୁଖ୍ୟମନ୍ତ୍ରୀ ଭିଡିଓକନ୍‌ଫରେନ୍ସିଂ ଦ୍ୱାରା ପ୍ରଥମେ ଏହି ୪ଟି ଜିଲାର ଗ୍ରାମପଞ୍ଚାୟତ ସରପଞ୍ଚମାନଙ୍କୁ ସେମାନଙ୍କ ଗାଁର ବିକାଶ ଯୋଜନା ସମ୍ପର୍କରେ ପଚାରି ବୁଝିଥିଲେ। ସେମାନଙ୍କଠାରୁ ପଞ୍ଚାୟତ ଭିତ୍ତିଭୂମି ବିକାଶ ପାଇଁ ଆସିଥିବା ପ୍ରସ୍ତାବଗୁଡିକୁ ବିଚାର କରି ତାହାକୁ ମଞ୍ଜୁର କରିଥିଲେ। ପ୍ରକାଶ ଯେ, ମାର୍ଚ୍ଚ ୫ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପ୍ରତି ସପ୍ତାହର ବୁଧବାର ଓ ଶୁକ୍ରବାର ବିଭିନ୍ନ ପଞ୍ଚାୟତର ଜନସାଧାରଣଙ୍କୁ ସାକ୍ଷାତ କରି ସେମାନଙ୍କ ଗାଁର ବିକାଶ ସମ୍ପର୍କରେ ଆଲୋଚନା କରୁଛନ୍ତି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.