ରାଜ୍ୟ

ବିଜେପି ରାଜ୍ୟରେ ୨୦୧୯ ନିର୍ବାଚନରେ ମେଣ୍ଟ କରିବ ନାହିଁ- ଅମିତ ଶାହା

ଭୁବନେଶ୍ୱର ୭।୧୦(ଆଜିର ଓଡ଼ିଶା): ଆଗାମୀ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଓଡ଼ିଶାରେ କୌଣସି ଦଳ ସହିତ ଆସନ ବୁଝାମଣା କରିବ ନାହିଁ ବୋଲି ଆଜି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କହିଛନ୍ତି। ଭାରତୀୟ ଜନତା ପାର୍ଟି ପ୍ରତି ଓଡ଼ିଶାର ଲୋକଙ୍କର ଯେପରି ଆଗ୍ରହ ବୃଦ୍ଧି ହୋଇଛି ସେଥିରୁ ଆଗାମୀ ନିର୍ବାଚନରେ ଦଳ ରାଜ୍ୟରେ ୧୨୦ରୁ ଅଧିକ ବିଧାନସଭା ଆସନରୁ ବିଜୟୀ ହେବ ବୋଲି ଶ୍ରୀ ଶାହା ବ୍ୟକ୍ତ କରିଛନ୍ତି |
ଆଜି ବିଜେପି ପାର୍ଟି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଶାହା ନବୀନ ପଟ୍ଟନାୟକଙ୍କ ସରକାରକୁ ତୀବ୍ର ସମାଲୋଚନା କରି କହିଛନ୍ତି ଯେ ଚିଟ୍‌ ଫଣ୍ଡ ମାମଲାରେ ବିଜେଡି ନେତାମାନେ ଲିପ୍ତ ଥିବା ବେଳେ ଖଣି ଦୁର୍ନୀତି ସମେତ ଆହୁରି ବହୁ ବଡ଼ ବଡ଼ ଦୁର୍ନୀତିରେ ରାଜ୍ୟ ସରକାର ମଧ୍ୟ ସାମିଲ ହୋଇଛନ୍ତି। ତେଣୁ ରାଜ୍ୟରେ ବିଜେପି ସରକାର ଆସିଲେ କୌଣସି ଦୁର୍ନୀତିଗ୍ରସ୍ତଙ୍କୁ କ୍ଷମା ଦିଆଯିବ ନାହିଁ ବୋଲି ଶ୍ରୀ ଶାହା କହିଛନ୍ତି। ମହାନଦୀ ପ୍ରସଙ୍ଗରେ ଶ୍ରୀ ଶାହା କହିଛନ୍ତି ଯେ ମହାନଦୀ ସମସ୍ୟାର ସମାଧାନ ପାଇଁ ଟ୍ରିବୁନାଲ ଗଠନ ପାଇଁ ଯୋଜନା କରାଯାଉଛି ଏବଂମହାନଦୀରୁ ଓଡ଼ିଶାର ପ୍ରାପ୍ୟ ୧ ଲିଟର ପାଣି ମଧ୍ୟ କମ୍‌ ହେବ ନାହିଁ |

Related Articles

Leave a Reply

Your email address will not be published. Required fields are marked *

Back to top button