May 20, 2024

ବ୍ରିକ୍ସ ସମ୍ମିଳନୀରେ ଯୋଗଦେଲେ ମୋଦି

1 min read

ବେଜିଂ,(ଆଜିର ଓଡ଼ିଶା):: ଚୀନର ବେଜିଂଠାରେ ଅନୁଷ୍ଠିତ ହେଉଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ,ଶାନ୍ତି ତଥା ବିକାଶ ଲାଗି ରାଷ୍ଟ୍ର ମାନଙ୍କ ମଧ୍ୟରେ ପରସ୍ପରର ସହଯୋଗ ଆବଶ୍ୟକ ଏବଂ ଭାରତ ବର୍ତ୍ତମାନ ଶିକ୍ଷା ଓ ସ୍ୱଚ୍ଛତା ଲକ୍ଷ୍ୟନେଇ ଆଗକୁ ବଢୁଛି ବୋଲି ପ୍ରଧାନମନ୍ତ୍ରୀ ମତ ପ୍ରକାଶ କରିଥିଲେ । ବ୍ରିକ୍ସ ବ୍ୟାଙ୍କ ପକ୍ଷରୁ ବର୍ତ୍ତମାନ ଋଣ ପ୍ରଦାନ କରାଯାଉଥିବାବେଳେ ଏହାଦ୍ୱାରା ସଭ୍ୟଭୁକ୍ତ ୫ଟି ରାଷ୍ଟ୍ର ଫାଇଦା ପାଇବେ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କହିଛନ୍ତି ।

ସମ୍ମିଳନୀରେ ପାକିସ୍ତାନକୁ ପରୋକ୍ଷ ଭାବେ ଇଙ୍ଗିତ କରାଯାଇ ଆତଙ୍କବାଦ ବିରୋଧରେ ନିନ୍ଦା କରାଯାଇ ଏହାର ପ୍ରତିବାଦରେ ଜାରିକରାଯାଇଥିବା ଘୋଷଣାପତ୍ରରେ ସ୍ୱାକ୍ଷର କରିଛନ୍ତି । ଘୋଷଣା ପତ୍ରରେ ଲସ୍କର-ଏ-ତୋଏବା, ଜୈସ-ଏ-ମୋହମ୍ମଦ ଏବଂ ତାଲିବାନ ପରି ଆତଙ୍କବାଦୀ ସଂଗଠନ ଗୁଡିକୁ ନିନ୍ଦା କରାଯାଇଛି । ବିଶ୍ୱର କୌଣସି ସ୍ଥାନରେ ଆତଙ୍କବାଦୀ କାଯ୍ୟକଳାପକୁ ବରଦାସ୍ତ କରାଯିବ ନାହିଁ ବୋଲି ସଭ୍ୟଭୁକ୍ତ ରାଷ୍ଟ୍ରମାନେ ମତପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.