ଜାତୀୟ

ନୂଆ ଡିଜିପି ଭାବେ ଦାୟିତ୍ୱ ନେଲେ ରାଜେନ୍ଦ୍ର ପ୍ରସାଦ ଶର୍ମା

କଟକ,(ଆଜିର ଓଡ଼ିଶା): ନୂଆ ଡିଜିପି ଭାବେ ରାଜେନ୍ଦ୍ର ପ୍ରସାଦ ଶର୍ମା ଗୁରୁବାର କଟକସ୍ଥିତ ପୋଲିସ ମୁଖ୍ୟାଳୟଠାରେ ବିଦାୟୀ ପୋଲିସ ମହାନିର୍ଦ୍ଦେଶକ କନଓ୍ବର ବ୍ରଜେଶ ସିଂ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ଦାୟତ୍ୱ ଗ୍ରହଣ ପରେ ନୂଆ ଡିଜିପି ଶର୍ମାଙ୍କୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥିଲା। ସରକାର ହଠାତ୍‌ କେ.ବି. ସିଂଙ୍କୁ ଡିଜିପି ପଦବୀରୁ ହଟାଇ ଦେଇ ତାଙ୍କ ସ୍ଥାନରେ ଭିଲିଲାନ୍ସ ନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ଡିଜିପି ଭାବେ ନିଯୁକ୍ତି ଦିଆଯାଇଥିଲା। ପୋଲିସ କମିଶନର ଏବଂ ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ମଧ୍ୟ ଶ୍ରୀ ଶର୍ମା ନିଜର ଦାୟିତ୍ୱ ସୁଚାରୁରୂପେ ତୁଲାଇ ଥିଲେ। ଡିଜିପି ଭାବେ ନିଯୁକ୍ତି ପାଇବା ପରେ ସେ କହିଥିଲେ ଯେ, ଓଡିଶା ପୋଲିସକୁ ଲୋକାଭିମୁଖୀ କରିବା ମୁଖ୍ୟ ଦାୟିତ୍ୱ । ଏହା ମୋ ପାଇଁ ବଡ ଚ୍ୟାଲେଞ୍ଜ ହେବ । ଦାୟିତ୍ୱ ସୁଚାରୁରୂପେ ତୁଲାଇବେ ବୋଲି ସେ କହିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button