ଜାତୀୟ

୭ଟି ଖଣିରେ ପଡିଲା ତାଲା

ଭୁବନେଶ୍ୱର : ସୁପ୍ରିମ କୋର୍ଟଙ୍କ ଆଦେଶ ଅନୁଯାୟୀ ୭ଟି ଖଣିକୁ ସଂପୂର୍ଣ୍ଣ ବନ୍ଦ କରାଯାଇଛି | ମୋଟ 84ଟି ଖଣିରୁ ୭୭ଟି ଖଣି ଲିଜ୍‌ଧାରୀ ମୋଟ ୮୨୪୪ କୋଟି ୯୫ ଲକ୍ଷ ଟଙ୍କାର ଜରିମାନା ଦାଖଲ କରିଥିବା ଜଣାପଡିଛି, ଯାହାର ଶେଷ ଦେୟ ଥିଲା ଡିସେମ୍ବର ୩୧। ଜରିମାନା ଦେଇନଥିବାରୁ ଆଜି ୭ଟି ଖଣିଗୁଡ଼ିକୁ ସଂପୂର୍ଣ୍ଣ ରୂପେ ବନ୍ଦ କରାଯାଇଛି। ତେବେ ୪୫ଟି କାର୍ଯ୍ୟକ୍ଷମ ଏବଂ ୩୨ଟି ଅଚଳ ଖଣି ଜରିମାନା ଦେଇଥିବା ଖଣି ନିର୍ଦେଶାଳୟ ସୂଚନା ଦେଇଛି।

ଆସନ୍ତାକାଲି ସୁପ୍ରିମ କୋର୍ଟଙ୍କ ଦ୍ୱାରା ନିଯୁକ୍ତ କେନ୍ଦ୍ରୀୟ କ୍ଷମତା ସଂପନ୍ନ କମିଟି(ସିଇସି)ଙ୍କ ନିକଟରେ ଜରିମାନା ଆଦାୟ, ଖଣି ବନ୍ଦ କାର୍ଯ୍ୟାନୁଷ୍ଠାନ ସଂପର୍କିତ ସ୍ଥିତି ରିପୋର୍ଟ ଦାଖଲ କରିବେ ରାଜ୍ୟ ସରକାର। ଖଣି ନିର୍ଦେଶକ ଦୀପକ ମହାନ୍ତିଙ୍କ କହିବାନୁସାରେ ଆଜି ସରକାରଙ୍କ ପକ୍ଷରୁ ଖଣି ଲିଜ୍‌ଧାରୀମାନଙ୍କଠାରୁ ଜରିମାନା ଆଦାୟ, ଜରିମାନା ପୈଠ କରିନଥିବା ଲିଜ୍‌ଧାରୀମାନଙ୍କର ଖଣି ବନ୍ଦ କରାଯିବା ସଂପର୍କରେ ସିଇସିଙ୍କୁ ଷ୍ଟାଟ୍‌ସ ରିପୋର୍ଟ ଦିଆଯିବ। ସୁପ୍ରିମ କୋର୍ଟ ୪ ତାରିଖରେ ଖୋଲିବା ପରେ ସିଇସି ରିପୋର୍ଟ ଦାଖଲ କରିବେ। ଆସନ୍ତା ୧୭ ତାରିଖରେ ସୁପ୍ରିମ କୋର୍ଟରେ ଶୁଣାଣି କରାଯିବ।

Related Articles

Leave a Reply

Your email address will not be published. Required fields are marked *

Back to top button