ରାଜ୍ୟ

୪ ରେ ଖୋଲିବ ରତ୍ନଭଣ୍ଡାର

ଆଜିଆର ଓଡିଶା (ତା ୩|୪) – ଆସନ୍ତା ୪ ତାରିଖ ବୁଧବାର ଦିନ ଖୋଲାଯିବ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର | ସ୍ଥିର କରାଯାଇଛି ଯେ ଉକ୍ତ ଦିନ ଦିତୀୟ ଭୋଗ ମଣ୍ଡପ ପରେ ଭଣ୍ଡାର ଖୋଲାଯାଇ ଯାଞ୍ଚ କରାଯିବ |
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପକୁମାର ଜେନା କହିଛନ୍ତି ରତ୍ନଭଣ୍ଡାର ଯାଞ୍ଚ ସମୟରେ ଶ୍ରୀମନ୍ଦିର ରେ ଠାକୁରଙ୍କ ଦର୍ଶନ ବନ୍ଦ ରହିବ | ସୋମବାର ସନ୍ଧ୍ୟାରେ ମୁଖ୍ୟ ପ୍ରଶାସକ କହିଛନ୍ତି ଯେ ହାଇକୋର୍ଟଙ୍କ ନିର୍ଦେଶ,ରାଜ୍ୟ ସରକାରଙ୍କ ଅନୁମତି ,ଶ୍ରୀମନ୍ଦିର ପରିଚାଳନା କମିଟି ,ରତ୍ନଭଣ୍ଡାର ସବ କମିଟି ଓ ଛତିସା ନିଯୋଗ ରେ ହୋଇଥିବା ଆଲୋଚନା କୁ ଆଧାର କରି ରତ୍ନଭଣ୍ଡାର ଖୋଲାଯିବା ନିସ୍ପତି ନିଆଯାଇଛି | ଯାଞ୍ଚ ସମୟରେ ଦର୍ଶନ କେତେ ସମୟ ବନ୍ଦ ରହିବା ସେ ବିଷୟରେ ମୁଖ୍ୟ ପ୍ରଶାସକ କହିଛନ୍ତି ଯେ “ସେପରି କୌଣସି ସମୟ ଧାର୍ଯ୍ୟ କରାଯାଇ ନାହିଁ ,ତଥାପି ଯାଞ୍ଚ କାମ ଶୀଘ୍ର ଶେଷକରି ଭକ୍ତ ମାନଙ୍କୁ ଦର୍ଶନ ପାଇଁ ଛଡାଯିବ” |

Related Articles

Leave a Reply

Your email address will not be published. Required fields are marked *

Back to top button