ବିଶେଷ

ପଶ୍ଚିମ ଓଡ଼ିଶାରେ ବଢୁଛି ତାତି

୨୩-୦୩-୧୮(ଆଓରି): ପଶ୍ଚିମ ଓଡ଼ିଶାର ଅଧିକାଂଶ ସହର ତାପମାତ୍ରା ୩୮ ଡିଗ୍ରି ଉପରକୁ ଚାଲିଯାଇଥିବା ବେଳେ ଲଗାତାର ଦ୍ୱିତୀୟ ଦିନ ଟିଟିଲାଗଡ଼ ତତଲା ସହର ପାଲଟିଥିଲା । ତାଳଚେରର ତାପମାତ୍ରା ମଧ୍ୟ ବୃଦ୍ଧି ପାଇଥିଲା। ଏଠାରେ ଗତକାଲିର ତାପମାତ୍ରା ୪୦ ଡିଗ୍ରି ଛୁଇଁଥିଲା । ଟିଟିଲାଗଡ଼ ଓ ତାଳଚେର ରାଜ୍ୟର ଉତ୍ତପ୍ତ ସହର ଭାବେ ପରିଗଣିତ ହେବା ସହ ଦେଶର ସର୍ବୋଚ୍ଚ ତାପମାତ୍ରା ମଧ୍ୟ ଏହି ଦୁଇ ସହରରେ ରେକର୍ଡ କରାଯାଇଥିଲା ।

ତାଳଚେର, ଟିଟିଲାଗଡ଼ ବ୍ୟତୀତ ଅନୁଗୁଳ ଓ ବଲାଙ୍ଗୀରର ତାପମାତ୍ରା ୩୯.୭ ଡିଗ୍ରି ରେକର୍ଡ କରାଯାଇଥିଲା। ଭବାନୀପାଟଣାରେ ୩୯.୫, ମାଲକାନଗିରିରେ ୩୯.୪, ବାରିପଦାରେ ୩୮.୪, ଝାରସୁଗୁଡ଼ା ଓ ହୀରାକୁଦରେ ୩୮.୩, ସମ୍ବଲପୁରରେ ୩୮, ସୋନପୁରରେ ୩୭.୮, ଢ଼େଙ୍କାନାଳରେ ୩୭.୪, କେନ୍ଦୁଝରଗଡ଼ ଓ ଫୁଲବାଣୀରେ ୩୭ ଡିଗ୍ରି ରେକର୍ଡ ହୋଇଥିଲା । ଆସନ୍ତା ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ସାରା ରାଜ୍ୟରେ ତାତି ଜାରି ରହିବ। ୨୭ରୁ ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରି ଉପରକୁ ଚାଲିଯିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

 

Related Articles

Leave a Reply

Your email address will not be published. Required fields are marked *

Back to top button