୨୦୧୮ ପାଇଁ ନାଲ୍କୋକୁ ଶ୍ରେଷ୍ଠ ନବରତ୍ନ ଉଦ୍ୟୋଗ ସମ୍ମାନ
1 min read
ଆଓରି-ଭୁବନେଶ୍ଵର(୧୫/୦୬) : ଅଗ୍ରଣୀ ଇକ୍ୱିଟି ନିବେଶ ପତ୍ରିକା ଦଲାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ପକ୍ଷରୁ ନ୍ୟାସନାଲ୍ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲ୍କୋ)କୁ ବିଗତ ୫ ବର୍ଷରେ ଏକ ଦ୍ରୁତ ଅଭିବୃଦ୍ଧିଶୀଳ ଲୋକ ଉଦ୍ୟୋଗ ଭାବେ ଚିତ୍ରିତ କରାଯାଇଛି। ଏହା ନାଲ୍କୋକୁ ୨୦୧୮ ପାଇଁ ବର୍ଷର ଶ୍ରେଷ୍ଠ ନବରତ୍ନ ଉଦ୍ୟୋଗ ଉଲ୍ଲେଖ କରିଛି। କମ୍ପାନୀର ଅଭିବୃଦ୍ଧି ତଥା ବିଶ୍ୱରେ ଉଭୟ ବକ୍ସାଇଟ୍ ଓ ଆଲୁମିନିୟମ୍ ଉତ୍ପାଦନ କ୍ଷେତ୍ରରେ ସବୁଠାରୁ କମ୍ ବ୍ୟୟରେ ଉତ୍ପାଦନକାରୀ ଭାବେ ମାନ୍ୟତା ହାସଲ ଦିଗରେ ଅବଦାନ ପାଇଁ ନାଲ୍କୋର ଅଧ୍ୟକ୍ଷ ଡ. ତପନ କୁମାର ଚାନ୍ଦଙ୍କୁ ଏହି ପତ୍ରିକା ପକ୍ଷରୁ ରୋଲ୍ ଅଫ୍ ଅନର୍ ପ୍ରଦାନ କରାଯାଇଛି।