ଅପରାଧଜାତୀୟ

ହାଜତକୁ ଗଲେ ମିଶେଲ ; ଗିରଫ କଲା ଇଡି

ଆଓରି-ନ୍ନୂଆଦିଲ୍ଲୀ(୨୩/୧୨) : ଅଗୁସ୍ତା ଓ୍ବେଷ୍ଟଲାଣ୍ଡ ହେଲିକପ୍ଟର କିଣା ଦୁର୍ନୀତିରେ ଗିରଫ ମଧ୍ୟସ୍ଥ ଖ୍ରୀଷ୍ଟିଆନ୍‌ ମିଶେଲଙ୍କ ଜାମିନ ଆବେଦନକୁ ଶନିବାର ଦିଲ୍ଳୀ ହାଇକୋର୍ଟ ଖାରଜ କରିଛନ୍ତି। ଅର୍ଥ ଠକେଇ ମାମଲାରେ ତାଙ୍କୁ ୭ ଦିନ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହାଜତକୁ ପଠାଇଛନ୍ତି।

ଡିସେମ୍ବର ୪ରେ ମିଶେଲଙ୍କୁ ୟୁନାଇଟେଡ୍‌ ଆରବ ଏମିରେଟ୍‌ସ (ୟୁଏଇ)ରେ ଗିରଫ କରାଯାଇ ଭାରତ ଅଣାଯାଇଥିଲା। ସିବିଆଇ ତାଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା।  ଶନିବାର ଅର୍ଥ ଠକେଇ ଅଭିଯୋଗରେ ଇଡି ମିଶେଲଙ୍କୁ ଗିରଫ କରି ରିମାଣ୍ଡରେ ନେବାକୁ କୋର୍ଟଙ୍କ ଅନୁମତି ଲୋଡ଼ିଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button