ସ୍ୱାସ୍ଥ୍ୟ

ହଳଦୀରେ ମଧ୍ୟ ଭରୀ ରହିଛି ଅନେକ ଔଷଧୀୟ ଗୁଣ

ହଳଦୀରେ ବହୁ ଉପକାରିତା ରହିଛି ଏହା କହିବାର ଆବଶ୍ୟକତା ନାହିଁ। କେବଳ ଖାଇବା ପାଇଁ ନୁହେଁ ଶରୀରରେ ଲଗାଇବା ପାଇଁ ମଧ୍ୟ ହଳଦୀ ବ୍ୟବହାର କରାଯାଇଥାଏ କାରଣ ଏହା ଚର୍ମ ରୋଗକୁ ଚୁଟ୍କିରେ ଭଲ କରିବା ସହ ସୌନ୍ଦର୍ୟ୍ୟ ପାଇଁ ମଧ୍ୟ ବ୍ୟବହାର ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ଏହି ହଳଦୀ ଆମର କେଉଁ କେଉଁ କାମରେ ଆସିପାରେ ଏବଂ ଏହାର ଉପକାରିତା।

  • ମୁହଁରେ ହଳଦୀ ଲେପ ଲଗାଇବା ଦ୍ୱାରା ମୁଖମଣ୍ଡଳ ଉଜ୍ୱଳ ଦିଶିଥାଏ। ଖାଲି ସେତିକି ନୁହେଁ, ଏହା ତ୍ୱଚାକୁ ଯୁବା ରଖିବାରେ ବି ସାହାଯ୍ୟ କରେ। କଳା ଦାଗ ହୋଇଥିରେ ନିୟମିତ ହଳଦୀ ଲେପ କଲେ ଏହି ଦାଗ ଖୁବ୍ ସହଜରେ କମ୍ କରି ହେବ। ହଳଦୀରେ ମହୁ ମିଶ୍ରଣ କରି ଲେପ ଦେଲେ ମୁହଁ ଚକ୍କଣ ହୋଇଥାଏ।
  • ଆଖି ସମସ୍ୟା ପାଇଁ ମଧ୍ୟ ହଳଦୀ ଖୁବ୍ ଭଲ। ଯଦି ଅନେକ ଦିନ ଧରି ଆପଣଙ୍କ ଆଖି ବିନ୍ଧୁଚି, ପୋଡୁଛି କିମ୍ବା ଡେଉଁଛି ତେବେ ଆପଣ ହଳଦୀ ଚିକିତ୍ସା ନିଅନ୍ତୁ। ଟିକିଏ ହଳଦୀରେ ଆବଶ୍ୟକ ପରିମାଣର ଖିର ମିଶ୍ରଣ କରି ଆଖି ତଳେ ଲେପ ଦିଅନ୍ତୁ। ଏହା ଦ୍ୱାରା ଆଖି ଥଣ୍ଡା ରହିଥାଏ। ଆଖି ତଳ କଳା ପଡ଼ିବା ସମସ୍ୟା ବି ହଳଦୀ ଲେପ ଦେବା ଦ୍ୱାରା କମ୍ ହୋଇଥାଏ।
  • ଖିରରେ ହଳଦୀ ଗୁଣ୍ଡ ମିଶାଇ ପିଇବା ଦ୍ୱାରା ରକ୍ତ ପରିଷ୍କାର ହୋଇଥାଏ। ଖିର, ହଳଦୀ ପିଇଲେ ଥଣ୍ଡା କିମ୍ବା ପେଟଜନୀତ ସମସ୍ୟା ହୁଏ ନାହିଁ।
  • ଯାଦୁ, କାଛୁ କିମ୍ବା କୁଣ୍ଡିଆ ଆଦି କୌଣସି ବି ପ୍ରକାର ଚର୍ମ ରୋଗ ପାଇଁ ହଳଦୀ ଖୁବ୍ ଭଲ। ନିୟମିତ ହଳଦୀ ଲଗାଇବା ଦ୍ୱାରା ଏହି ସବୁ ରୋଗକୁ ଦୂରେଇ ଦେଇ ହେବ।

Related Articles

Leave a Reply

Your email address will not be published. Required fields are marked *

Back to top button