ରାଜ୍ୟ

ସୋସିଆଲ୍‌ ମିଡିଆ ଅଭିଯୋଗ ପରିଚାଳନା ବ୍ୟବସ୍ଥା’ ଆରମ୍ଭ

ଭୁବନେଶ୍ୱର : ଏବେ ଠୁ ସୋସିଆଲ୍‌ ମିଡିଆ ମାଧ୍ୟମରେ ସାଧାରଣ ଜନତା ନିଜର ଅଭିଯୋଗ କରିପାରିବେ ଏବଂ ରାଜ୍ୟ ସରକାର ଓ ପ୍ରଶାସନ ଏହି ଅଭିଯୋଗ ଉପରେ ୨୪ ଘଣ୍ଟା ମଧ୍ୟରେ ସମାଧାନର ବାଟ ବାହାର କରିବେ। ଏଥି ପାଇଁ ରାଜ୍ୟ ସରକାର ‘ସୋସିଆଲ୍‌ ମିଡିଆ ଅଭିଯୋଗ ପରିଚାଳନା ବ୍ୟବସ୍ଥା’ ଆରମ୍ଭ କରିଛନ୍ତି। ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଥିଲେ।

୨୪ ଘଣ୍ଟା ମଧ୍ୟରେ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମୟସୀମା ରଖାଯାଇଛି। ଅଭିଯୋଗ ସମାଧାନ କରିବାରେ ଯେଉଁ ଅଧିକାରୀ ଭଲ ପ୍ରଦର୍ଶନ କରିଥିବେ, ସେମାନଙ୍କୁ ସବୁଜ କାର୍ଡ ମିଳିବ। ଯେଉଁମାନେ ଖରାପ ପ୍ରଦର୍ଶନ କରିଥିବେ, ସେମାନଙ୍କୁ ଲାଲ୍‌ କାର୍ଡ ମିଳିବ। ଆବଶ୍ୟକ ପଡ଼ିଲେ ମୁଖ୍ୟମନ୍ତ୍ରୀ ନିଜେ ଉଭୟ ସବୁଜ ଓ ଲାଲ୍‌ କାର୍ଡଧାରୀ ଅଧିକାରୀଙ୍କୁ ଡାକି ଆଲୋଚନା କରିବେ। ସବୁଜ କାର୍ଡଧାରୀଙ୍କୁ ଧନ୍ୟବାଦ ଦେବେ। ଲାଲ୍‌ କାର୍ଡଧାରୀଙ୍କୁ ନିଜ ପ୍ରଦର୍ଶନରେ ଉନ୍ନତି ପାଇଁ ପରାମର୍ଶ ଦେବେ। ଏହି ବ୍ୟବସ୍ଥାରେ କିପରି ଲୋକଙ୍କ ଅଭିଯୋଗକୁ ଦକ୍ଷତାର ସହ ପରିଚାଳନା କରାଯାଇପାରିବ, ସେ ନେଇ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି। ଏହି ବ୍ୟବସ୍ଥାକୁ କିପରି ବ୍ୟବହାର କରାଯାଇପାରିବ, ସେ ନେଇ ଅଫିସର୍‌ମାନଙ୍କୁ ବୁଝାଇ ଦିଆଯାଇଥିଲା।

ବୈଠକରେ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର୍‌ ଓ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିିଲେ। ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଜିଲ୍ଳାପାଳ ଓ ଏସ୍‌ପିମାନେ ଏଥିରେ ଅଂଶଗ୍ରହଣ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button