ଜିଲ୍ଲାରାଜ୍ୟ

ସେଲ୍‌ଟର ହୋମ୍‌ରେ ମହିଳାଙ୍କୁ ନିର୍ଯ୍ୟାତନା ଘଟଣାରେ ପ୍ରଫୁଲ୍ଲ ସାମଲଙ୍କ କୁଶପୁତ୍ତଳିକା ଦାହ କଲା ବିଜେପି

ଆଓରି-ଭୁବନେଶ୍ଵର(୦୫/୧୨) : ରାଜ୍ୟରେ ମହିଳାମାନଙ୍କ ଉପରେ ନିୟମିତ ଭାବେ ବଢ଼ି ଚାଲିଛି ନିର୍ଯ୍ୟାତନା। ନିକଟରେ ରାଜ୍ୟର ବିଭିନ୍ନ ସେଲ୍‌ଟର ହୋମରେ ମହିଳାଙ୍କୁ ଶାରିରିକ ତଥା ମାନସିକ ନିର୍ଯ୍ୟାତନା ଦିଆଯାଉଥିବା ଜଣାପଡ଼ିବା ପରେ ବିଭିନ୍ନ ସ୍ଥାନରେ ଏହାକୁ ନିନ୍ଦା କରାଯାଉଛି। ଏହି କ୍ରମରେ ବେଲଟିକିରୀ ସେଲ୍‌ଟର ହୋମ୍‌ର ଅନ୍ତେବାସୀଙ୍କୁ ନିର୍ଯ୍ୟାତନା ରୋକିବାରେ ସରକାର ବିଫଳ ଦର୍ଶାଇ ବୁଧବାର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଇସ୍ତଫା ଦାବି ସହ କୁଶପୁତ୍ତଳିକା ଦାହ କରାଯାଇଛି। ଏଥିସହ ଭଣ୍ଡାରିପୋଖରୀ ଭାଜପା ଶାଖା ପକ୍ଷରୁ ସ୍ଥାନୀୟ ବଜାରଠାରେ ଏକ ପ୍ରତିବାଦ ସଭାର ମଧ୍ୟ ଆୟୋଜନ କରାଯାଇଥିଲା। ମହିଳା ମୋର୍ଚ୍ଚା ନେତ୍ରୀ ତପସ୍ବିନୀ ମହାପାତ୍ରଙ୍କ ନେତୃତ୍ୱରେ ଭଦ୍ରକ ଜିଲା ସଭାପତି ବଦ୍ରି ନାରାୟଣ ଧଳ, ମହିଳା ମୋର୍ଚ୍ଚା ସଭାନେତ୍ରୀ ମନସ୍ଵୀନୀ ଖୁଣ୍ଟିଆ, ପ୍ରେମଲତା କର ପ୍ରମୁଖ ବେଆଇନ ସେଲ୍‌ଟର ହୋମ୍‌କୁ ପ୍ରୋତ୍ସାହିତ କରୁଥିବା ରୁ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ଏଥିସହ ସଭାରେ ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରାଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button