ରାଜନୀତିରାଜ୍ୟ

ସରଗରମ ହେଉଛି ପାଟକୁରା ନିର୍ବାଚନ

ଆଓରି-ଭୁବନେଶ୍ଵର(୦୯/୦୭) : କିଏ ପିନ୍ଧିବ ପାଟକୁରା ମୁକୁଟ  । କାହା ଉପରେ ଜନତା ଏଥର କରିବେ ଆସ୍ତା ଭାଜନ । ଦୀର୍ଘ ବର୍ଷ ପରେ ବିଜୟଙ୍କ ସ୍ୱପ୍ନ ପୂରଣ ହେବ ନା ସାବିତ୍ରୀଙ୍କୁ ସାହା ହେବ ଅନୁକମ୍ପା ଭୋଟ । ଏଭଳି ଅନେକ ପ୍ରଶ୍ନ ଓ ପ୍ରସଙ୍ଗ ଭିତରେ ଫାଟିପଡୁଛି ପାଟକୁରା ମଇଦାନ । ନିର୍ବାଚନ ପାଇଁ ଦିନ ଗଡିବା ସହ ପାଟକୁରାରେ ମଧ୍ୟ ଧିରେ ଧିରେ ଜମିବାରେ ଲାଗିଛି ପ୍ରଚାରର ପର୍ବ । ନେତାଙ୍କ ଗହଳି ଚହଳିରେ ଫାଟି ପଡୁଛି ଗାଁ ଦାଣ୍ଡ ।

ନିର୍ବାଚନୀ ମଇଦାନଠୁ ନେଇ ରାଜଧାନୀ ସବୁଠି ନେତାଙ୍କ ବୟାନବାଜି ପାଟକୁରା ପ୍ରସଙ୍ଗକୁ ଆହୁରି ଉଷ୍ମ କରି ତୋଳିଛି  । ତେବେ ଏହାରି ଭିତରେ ବିଜେଡି ନେତା କରିଛନ୍ତି ବଡ ଭବିଷ୍ୟବାଣୀ । ବିଜେଡି ନେତା କିଶୋର ତରାଇ ଦମ୍ଭୋକ୍ତି ବାଢିଛନ୍ତି ୪୦ ହଜାରରୁ ଅଧିକ ଭୋଟରେ ପାଟକୁରା ଆସନ ଜିତିବ ଶାସକ ଦଳ ।

ସେପଟେ ବିଜେଡିକୁ ପାଲଟା କଟାକ୍ଷ କରି ବିଜେପିର ସାଧାରଣ ସମ୍ପାଦକ ଭୃଗୁ ବକ୍ସି ପାତ୍ର କହିଛନ୍ତି ବିଜେଡି ନେତା ବିଜୟଙ୍କ ପାଇଁ ପ୍ରଚାର କରୁଛନ୍ତି ତେଣୁ ଜିତିବା କଥା ଶାସକ ଦଳ ଭୁଲିଯାଉ । ଆରୋପ ପ୍ରତ୍ୟାରୋପର ରାଜନୀତି ଭିତରେ ପାଟକୁରା ମଇଦାନରେ କାହାର ପ୍ରଭାବ କେତେ ରହୁଛି ତାହା କେବଳ ଆସନ୍ତା ୨୦ ତାରିଖ ହିଁ କହିବ  ।

ଅନ୍ୟପଟେ ବିଜୟଙ୍କୁ ପରାଜୟର ବାଟ ଦେଖାଇବା ଲାଗି ନବୀନ ଏବେ ଫୁଲ ଆକ୍ସନ ମୁଡକୁ ଆସିଛନ୍ତି । ନବୀନ ନିବାସରେ ଘନ ଘନ ବୈଠକ ବସିବା ସହ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଉଛି  । ମୋଟ୍ ୩୨ ଜଣ ନେତାଙ୍କୁ ପାଟ୍ଟକୁରା ଦାୟୀତ୍ୱ ମିଳିଥିବା ବେଳେ ଏମାନଙ୍କ ଭିତରେ ରହିଛନ୍ତି ୬ ମନ୍ତ୍ରୀ । ଖାଲି ସେତିକି ନୁହେଁ ସାବିତ୍ରୀଙ୍କୁ ସାହା ହେବା ଲାଗି ଆସନ୍ତା ୧୭ ତାରିଖରେ ପାଟ୍ଟକୁରା ଗସ୍ତ କରିବେ ନବୀନ । ସେହିଭଳି ବିଜେପି ବି ପାଟକୁରାରେ ବିଜୟ ଧ୍ୱଜ୍ଜା ଉଡାଇବାକୁ ଦୃଢ ପ୍ରତିଶୃତି ବଦ୍ଧ ।

ଦଳ ମନମୋହନ ସାମଲଙ୍କୁ ପାଟକୁରା ଦାୟୀତ୍ୱ ଦେଇଥିବା ବେଳେ ଆସନ୍ତା ୧୪ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ୧୫ରେ ପ୍ରତାପ ଷଡଙ୍ଗୀଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇବେ । ତାଙ୍କ ସହ ଅନ୍ୟ ବିଧାୟକମାନେ ବିଜୟଙ୍କ ପାଇଁ ପ୍ରଚାର ମଇଦାନରେ କରିବେ ଭୋଟ ଭିକ୍ଷା । ମାତ୍ର ବିଜେଡି ବିଜେପିର ଏହି ଦୃଢ ପ୍ରତିଦ୍ବନ୍ଦିତା ଭିତରେ ଜାତୀୟ ଦଳ କଂଗ୍ରେସ ମଇଦାନରୁ ଯେପରି ଦୂରେଇ ଯାଇଛି  ।

Related Articles

Leave a Reply

Your email address will not be published. Required fields are marked *

Back to top button