ଜିଲ୍ଲା

ସମ୍ବଲପୁରରେ ପୋଲ ତଳକୁ ଓଲଟିଲା ଯାତ୍ରୀବାହୀ ବସ୍‌: ୪ ମୃତ, ୩୨ ଉଦ୍ଧାର

ସମ୍ବଲପୁର ୨୪।୧ସମ୍ବଲପୁର ଜିଲା ପଡିଆବାହାଲ ନିକଟସ୍ଥ ଗଉଡପାଲି ବ୍ରିଜ୍‌ ଉପରୁ ମଙ୍ଗଳବାର ରାତିରେ ମାଳତି ନଦୀ ତଳକୁ ଏକ ଯାତ୍ରୀବାହୀ ବସ୍‌ ଖସି ପଡିଛି । ବୈଷ୍ଣୋଦେବୀ ନାମକ ଏହି ଯାତ୍ରୀବାହୀ ବସ୍‌ (ଓଡି ୧୫ ଏଫ୍‌-୯୦୧୧) ସମ୍ବଲପୁରରୁ କେନ୍ଦୁଝର ଯାଉଥିଲା। ହେଲେ ରାତି ପ୍ରାୟ ୧୦ ଟା ୪୫ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୫୨ ଜଣ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୮ ଜଣ ଗୁରୁତର ଆହତ ହୋଇଛନ୍ତି। ବସ୍‌ ଭିତରୁ ୩୨ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ସଦର ଡାକ୍ତରଖାନାରେ ୨ ଓ ବୁର୍ଲା ଡାକ୍ତରଖାନାରେ ୨ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଆହତଙ୍କୁ ସମ୍ବଲପୁର ଜିଲା ସଦର ଡାକ୍ତରଖାନା ଓ ବୁର୍ଲାରେ ଚିକିତ୍ସା କରାଯାଉଛି । ଘଟଣା ସ୍ଥଳରେ ସମ୍ବଲପୁର ଜିଲାପାଳ ସମର୍ଥ ବର୍ମା ଓ ଏସପି ସଞ୍ଜୀବ ଅରୋରାଙ୍କ ତତ୍ତ୍ବାବଧାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ସେହିପରି ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ ସୀତାଂଶୁ ତ୍ରିପାଠୀ, ସଦର ତହସିଲଦାର ଦେବେନ୍ଦ୍ର ନନ୍ଦ, ଯୁଯୁମୁରା ତହସିଲଦାର ରାଜେଶ ଅଗ୍ରୱାଲ ଘଟଣା ସ୍ଥଳରେ ପହଞ୍ଚତ୍ ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ। ୬ଟି ଆମ୍ବୁଲାନ୍ସ, ଅଗ୍ନିଶମ ବିଭାଗ ଓ ପୋଲିସକୁ ବିଭିନ୍ନ ସାମାଜିକ ଅନୁଷ୍ଠାନର ସଭ୍ୟମାନେ ଆହତଙ୍କୁ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। 

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏହି ମର୍ମନ୍ତୁଦ ଦୁଃଖ ଖବର ପାଇ ନିଜର ସମବେଦନା ଜ୍ଞାପନ କରିଥିଲେ |DPradhan

Related Articles

Leave a Reply

Your email address will not be published. Required fields are marked *

Back to top button