ରାଜ୍ୟ

ସମାଲୋଚକମାନଙ୍କୁ ଜବରଦସ୍ତ ନିଜ ସମର୍ଥକ ବନେଇବାର ଅପଚେଷ୍ଟା କରୁଛନ୍ତି ରାଜ୍ୟ ସରକାର ; ଧର୍ମେନ୍ଦ୍ର ପ୍ରଧାନ

ଆଓରି-ଭୁବନେଶ୍ଵର(୨୯/୦୧) : ଗତକାଲି ବିଧାନସଭା ସ୍ୱାଧୀକାର କମିଟି ସମ୍ମୁଖରେ ହାଜର ହୋଇଥିଲେ ଜଗି ମଙ୍ଗତ୍ ପଣ୍ଡା । ଗୃହର ସ୍ୱାଧିକାର ଭଙ୍ଗ କରିବା ନେଇ ତାଙ୍କୁ ନୋଟିସ୍ ଦିଆଯାଇଥିଲା  । ଏନେଇ କମିଟି ସାମ୍ନାରେ ହାଜର ହୋଇ ନିଜର ପ୍ରତିକ୍ରିୟା ରଖିଥିଲେ ଓଟିଭି ପରିଚାଳନା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା । କେବଳ ସେତିକି ନୁହେଁ ସେ ଜଣେ ମହିଳା ଉଦ୍ୟୋଗି ହୋଇଥିବାରୁ ତାଙ୍କୁ ହାରସ କରାଯାଉଛି ।

ତେବେ ଏନେଇ ଓଡ଼ିଶା ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ର ଧର୍ମେନ୍ଦ୍ର ପ୍ରଧାନ । ଏହା କେବଳ ଜଗି ମଙ୍ଗତ ପଣ୍ଡାଙ୍କ ଅପମାନ ନୁହେଁ, ଓଡିଶାର ଝିଅ ବୋହୂଙ୍କ ଅପମାନ ବୋଲି କହିଛନ୍ତି ଧର୍ମେନ୍ଦ୍ର । ନବୀନ ବାବୁ ଅସହିଷ୍ଣୁ ହୋଇଯାଇଛନ୍ତି । ସମାଲୋଚକମାନଙ୍କୁ ଜବରଦସ୍ତ କରି ନିଜ ସମର୍ଥକ ବନେଇବାର ଅପଚେଷ୍ଟା କରାଯାଉଛି । ଧମକ, ଗାଳି ଓ ନାଲି ଆଖି ଦେଖାଇ ନବୀନ ବାବୁ ପ୍ରଜାତନ୍ତ୍ରର କଣ୍ଠରୋଧ କରିବେ ବୋଲି ଭାବୁଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗଣମାଧ୍ୟମ ପ୍ରତିନିଧିଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ନଭେମ୍ବର ମାସରେ ପ୍ରାୟୋଜିତ ଭାବେ କଂଗ୍ରେସ ଦଳକୁ ହାତେଇ ଏକ ସ୍ୱାଧୀକାର ଭଙ୍ଗ ନୋଟିସ ଅଣାଯାଇଥିଲା ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ମୁଖ୍ୟତଃ ଗଣମାଧ୍ୟମକୁ ନୋଟିସ କରିବାକୁ ହେଲେ ରିପୋର୍ଟର କିମ୍ବା ଏଡିଟରଙ୍କୁ ଡକାଯାଏ । ପ୍ରୋମୋଟରଙ୍କୁ ଡକାଯିବାର କୌଣସି  ଦୃଷ୍ଟାନ୍ତ ନାହିଁ । ଜଗି ମଙ୍ଗତ ପଣ୍ଡା ଓଡିଶାର ବୋହୂ ଏବଂ ଉଦ୍ୟମୀ । ତାଙ୍କୁ ଯଦି ଅପମାନିତ କରିବାର ଏ ଷଡଯନ୍ତ୍ର ହୋଇଛି ତାହାଲେ ଏ କେବଳ ତାଙ୍କ ପାଖରେ ଅଟକିବ ନାହିଁ । ଅନ୍ୟ ଗଣମାଧ୍ୟମ ଯେ ସମାଲୋଚନା କରିବ ତାକୁ ମଧ୍ୟ ନାଲି ଆଖି ଦେଖାଯିବ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଏ ମନବୃତି ୧୯୭୪-୭୫ରେ କଂଗ୍ରେସ ଦଳ ଦେଖାଇଥିଲା । ସେ ସମୟରେ ଏମରଜେନ୍ସି ଲାଗୁହୋଇଥିଲା । ନବୀନ ବାବୁ ଓଡିଶାରେ ଏମରଜେନ୍ସି ଲଗାଇବାକୁ ଚାହୁଁଛନ୍ତି । ତାଙ୍କର ଗୁମାସ୍ତାମାନେ ଓଡିଶା ଝିଅ ବୋହୂଙ୍କୁ ଅପମାନିତ କରିବା ପାଇଁ ଲାଗିପଡିଛନ୍ତି । ଏହା କେବଳ ଜଗି ମଙ୍ଗତ ପଣ୍ଡାଙ୍କ ଅପମାନ ନୁହେଁ, ଓଡିଶାର ଝିଅ ବୋହୂର, ଉଦ୍ୟମୀ ଓ ନିର୍ଭିକ ସାମ୍ବାଦିକମାନଙ୍କର ଅପମାନ । ଏହାକୁ ସେ ଘୋର ନିନ୍ଦା କରୁଛନ୍ତି । କେବଳ ଓଟିଭି ନୁହେଁ, ଆଗାମୀ ଦିନରେ ଅନେକ ଗଣମାଧ୍ୟମଙ୍କ ସ୍ଥିତି ମଧ୍ୟ ଏପରି ହେବାର ସମ୍ଭାବନା ଦେଖାଦେଲାଣି । ମୁଖ୍ୟମନ୍ତ୍ରୀଙ୍କୁ ଘେରି ରହିଥିବା ଅଣଓଡିଆ ଅଫିସରଙ୍କ ସହ ମୁଖ୍ୟମନ୍ତ୍ରୀଙ୍କୁ ଜଗନ୍ନାଥ ସଦବୁଦ୍ଧି ଦିଅନ୍ତୁ ବୋଲି ସେ କହିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button