ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦରୁ ବିଦା ହେଲେ ପ୍ରଦୀପ ଜେନା |
1 min read
ଆଓରି ଭୁବନେଶ୍ଵର- ବଢୁଛି ବିବାଦ, ଉଠୁଛି ପଡୁଛି ସାରା ରାଜ୍ୟ। ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ଅକାଳରେ ରାଜ୍ୟ ସରକାର। ଏଭଳି ବିବାଦୀୟ ସ୍ଥିତିରେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନାଙ୍କୁ ହଟାଯିବା ପଛରେ କଣ ରହିଛି କାରଣ ତାକୁ ନେଇ ଜୋରଦାର ଚର୍ଚ୍ଚା। ଡ୍ୟାମେଜ୍ କଣ୍ଟ୍ରୋଲ ନା ପ୍ରଶାସନିକ ଅବହେଳାରୁ କାର୍ଯ୍ୟାନୁଷ୍ଠାନ, ତାକୁ ନେଇ ଏବେ ପାଓ୍ୱାର କରିଡରରେ ଚର୍ଚ୍ଚା। ତେବେ ଚାବି ହଜିବା ଘଟଣା ପ୍ରଦୀପଙ୍କୁ ପରିବର୍ତ୍ତନ ପଛରେ ମୁଖ୍ୟ କାରଣ ବୋଲି କୁହାଯାଉଛି। ରତ୍ନଭଣ୍ଡାର ଚାବି ହଜିଥିବା ଜାଣି ସୁଦ୍ଧା ରତ୍ନଭଣ୍ଡାରର ଯାଞ୍ଚ ଲାଗି ନିଷ୍ପତ୍ତି ନେବା ତାଙ୍କୁ ମହଙ୍ଗା ପଡିଲା କି ? ଚାବି ହଜିଥିବା ନେଇ ଏପ୍ରିଲ ୪ ପରିଚାଳନା କମିଟି ବୈଠକରେ ସ୍ପଷ୍ଟ ହୋଇଥିଲା। ତେବେ ଦୁଇ ମାସ ଧରି ମୁଖ୍ୟ ପ୍ରଶାସକ ଚୁପ୍ ବସିବା ଆଉ ଏକ କାରଣ ହୋଇପାରେ।

ମୋଟାମୋଟି କହିବାକୁ ଗଲେ ମିସ୍ ମ୍ୟାନଜମେଣ୍ଟ ଓ ଘଟଣାକୁ ନେଇ ସରକାର ନିନ୍ଦିତ ହେବା ଯୋଗୁଁ ତାଙ୍କୁ ତାର ମୂଲ୍ୟ ଦେବାକୁ ପଡ଼ିଥିବା କୁହାଯାଉଛି। ଏଣେ ମୁଖ୍ୟ ପ୍ରଶାସକଙ୍କୁ ହଟାଯିବା ପରେ ଆରମ୍ଭ ହୋଇଛି ରାଜନୈତିକ ଆରୋପ ପ୍ରତ୍ୟାରୋପ। ଏ ଭିତରରେ ନୂଆ ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ପୂର୍ବରୁ ଏହି ଦାୟିତ୍ୱରେ ଥିଲେ ବି ପରିବର୍ତ୍ତିତ ପରିସ୍ଥିତିରେ ତାଙ୍କୁ ଆଗକୁ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିବ। ପ୍ରଥମ ଚ୍ୟାଲେଜ୍ ଚାବି ହଜିଥିବା ବିବାଦର ସମାଧାନ। ଭକ୍ତଙ୍କ ଦାନ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ଏବଂ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ମଧ୍ୟ ତାଙ୍କ ପାଇଁ ଆହ୍ୱାନ ହେବ।
ଶ୍ରୀମନ୍ଦିର ପରିଚାଳନାକୁ ନେଇ ତୁଟୁନି ବିବାଦ। ଏଭଳି ସ୍ଥିତିରେ ବାରମ୍ବାର କେବଳ ମୁଖ୍ୟ ପ୍ରଶାସକ ବଦଳାଇଦେବା କେତେଦୂର ଶ୍ରୀମନ୍ଦିର ପରିଚାଳନାକୁ ବ୍ୟବସ୍ଥିତ କରିପାରୁଛି, ତା ଉପରେ ନଜର ।