ଧର୍ମ-ଆଧ୍ୟାତ୍ମ

ଶିବଙ୍କ ମନ୍ଦୀର ସମ୍ମୁଖରେ ବୃଷଭଙ୍କୁ କାହିଁକି ଦେଖିବାକୁ ମିଳେ

ଶିବଲିଙ୍ଗ ସମ୍ମୁଖରେ ସର୍ବଦା ନନ୍ଦୀ ବୃଷଭଙ୍କୁ ଦେଖିବାକୁ ମିଳେ |ଏହାର କାରଣ କଣ, ମନ ଭିତରେ ପ୍ରଶ୍ନବାଚୀ ଶ୍ରୁଷ୍ଠି ହୋଇଥାଏ ଯେ ବୃଷଭଙ୍କ ବୀନା ଭଗବାନ ଶିବ କଣ ଅଧୁରା?
ପୌରଣିକ ତଥ୍ୟ ଅନୁଯାୟୀ ଶୀଲାଦ ନାମକ ଋଷି ବର୍ଷ ବର୍ଷ ଧରି ଶିବଙ୍କୁ ତପଶ୍ୟା କଲାପରେ ତାଙ୍କ ତପଶ୍ୟାରେ ମୁଗ୍ଧ ହୋଇ ନନ୍ଦୀଙ୍କୁ ତାଙ୍କ ପୁତ୍ର ରୂପରେ ପ୍ରଦାନ କରିଥିଲେ |
ହଠାତ ଋଷିଙ୍କ ଆଶ୍ରମକୁ ମିତର ଏବଂ ବରୁଣ ନାମକ ଦୁଇ ଜଣ ସନ୍ଥ ଭ୍ରମଣ ପାଇଁ ଆସିଲେ | ତାଙ୍କର ସମସ୍ତ ଦାୟୀତ୍ଵ ବୁଝିବା ପାଇଁ ନନ୍ଦୀଙ୍କୁ ତାଙ୍କ ପିତା କହିଥିଲେ | ସନ୍ଥ ଦୁଇଜଣ ବିଦାୟ ନେଲାବେଳେ ଋଷିଙ୍କୁ ଦୀର୍ଘାୟୁ ବାର ପ୍ରଦାନ କରିଥିଲେ |ଋଷି ବିଚଳିତ ହୋଇ ପଚାରିଥିଲେ ଏହିବାରଟି ନନ୍ଦୀଙ୍କୁ ନଦେଇ ମତେ କାହିଁକି ପ୍ରଦାନକଲେ? ଉତ୍ତର ରେ ସନ୍ଥ କହିଲେ କି ଆପଣଙ୍କ ପୁତ୍ର ଅଳ୍ପାୟୁ | ଏହିକଥା ଶୁଣି ଋଷି ବହୁତ ବିବ୍ରତ ହୋଇଯାଇଥିଲେ |ପିତାଙ୍କ ବ୍ୟସ୍ତତା ଦେଖି ନନ୍ଦୀ,ଆପଣ କାହିଁକି ଏତେ ବିବ୍ରତ ବୋଲି ପଚାରିଥିଲେ | ଉତ୍ତର ରେ ପିତା କହିଲେ କି ତୁମେ ଅଳ୍ପାୟୁ |ଏହି କଥା ଶୁଣି ନନ୍ଦୀ ହସିଲେ ଆଉ କହିଲେ ଯେଉ ଶିବଭଗବାନ ମତେ ଆପଣଙ୍କୁ ପ୍ରଦାନ କରିଛନ୍ତି ରକ୍ଷା କରିବା ଦାୟୀତ୍ଵ ବି ତାଙ୍କର |
ପିତାଙ୍କ ସହିତ ନଦୀ କୂଳରେ ତପଶ୍ୟା କରିବାକୁ ଲାଗିଲେ ନନ୍ଦୀ | ତପଶ୍ୟା କରିବାର କିଛି ଅନ୍ତେ ଭଗବାନ ଶିବ ପ୍ରକଟ ହୋଇ ନନ୍ଦୀଙ୍କୁ ବାର ମାଗିବାପାଇଁ କହିଥିଲେ |ନନ୍ଦୀ କହିଲେ ମୁ ଆପଣଙ୍କ ସାନିଧ୍ୟ ଲାଭ କରିବାକୁ ଚାହେଁ, ଭଗବାନ ଶିବ ନନ୍ଦୀଙ୍କୁ ଆଲିଙ୍ଗନ କଲେ ଏବଂ ତାଙ୍କୁ ବୃଷଭ ଶରୀର ପ୍ରଦାନ କଲେ |ସେହିଦିନଠାରୁ ଶିବଙ୍କ ମନ୍ଦୀର ସମ୍ମୁଖରେ ନନ୍ଦୀଙ୍କୁ ବୃଷଭ ଭାବରେ ଦେଖିବାକୁ ମିଳେ

Related Articles

Leave a Reply

Your email address will not be published. Required fields are marked *

Back to top button