ଶତ୍ରୁ ପକ୍ଷର ଆହ୍ଵାନକୁ ମୁକାବିଲା ପାଇଁ ନୌସେନା ପୂର୍ଣ୍ଣ ପ୍ରସ୍ତୁତ ; ରଜନାଥ ସିଂହ
1 min read
ଆଓରି-ନୂଆଦିଲ୍ଲୀ(୩୦/୦୯) : ସାମୁଦ୍ରିକ ସୁରକ୍ଷା ସମ୍ପର୍କିତ ପ୍ରତ୍ୟେକ ଆହ୍ବାନକୁ ମୁକାବିଲା କରିବା ଲାଗି ନୌସେନା ପ୍ରସ୍ତୁତ ରହିଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ଶତ୍ରୁ ପକ୍ଷର ଆହ୍ବାନକୁ ମୁକାବିଲା ପାଇଁ ନୌସେନା ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି। ଏହା ଉପରେ କୌଣସି ପ୍ରକାର ସନ୍ଦେହ କରାଯିବା ଉଚିତ୍ ନୁହେଁ। ଯୁଦ୍ଧବିମାନ ବହନକାରୀ ଯୁଦ୍ଧଜାହାଜ ଆଇଏନଏସ୍ ବିକ୍ରମାଦିତ୍ୟରେ ସାମ୍ବାଦିକଙ୍କୁ ସମ୍ବୋଧନ କରି ରାଜନାଥ କହିଛନ୍ତି ଯେ ପାକିସ୍ତାନ ନିୟମିତ ଭାବେ ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରିଆସୁଛି। ତେବେ ଏପରି ଉଦ୍ୟମକୁ ପ୍ରତିହତ କରିବା ଲାଗି ନୌସେନା ଓ ତଟରକ୍ଷୀବାହିନୀ କଡା ନଜର ରଖିଛି। ଆଇଏନଏସ ବିକ୍ରମାଦିତ୍ୟରେ ରାଜନାଥ ଶୁକ୍ରବାର ରାତି ବିତାଇବା ସହିତ ରବିବାର ସକାଳେ ଏହା ଉପରେ ଯୋଗାଭ୍ୟାସ କରିଥିଲେ। ଶନିବାର ପ୍ରତିରକ୍ଷା ମନ୍ତ୍ରୀ ସ୍କର୍ପେନ ବର୍ଗର ବୁଡାଜାହାଜ ଆଇଏନଏସ୍ ଖଣ୍ଡେରିକୁ ଜଳାବତରଣ କରିଥିଲେ। ସେହିପରି ଆଇଏନଏସ୍ ନୀଳଗିରିର ପରୀକ୍ଷାମୂଳକ ଚଳାଚଳ ଶୁଭାରମ୍ଭ କରିଥିଲେ। ସେପ୍ଟେମ୍ବର ୧୯ରେ ରାଜନାଥ ତେଜସ୍ ଯୁଦ୍ଧବିମାନ ଉଡାଣ କରିଥିଲେ।