ଆନ୍ତର୍ଜାତୀୟ

ଲଣ୍ଡନର ମାଣ୍ଡାରିନ୍‍ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ

ଆ.ଓ.ରି.ଦିଲ୍ଲୀ (ତା ୭/୬) ଲଣ୍ଡନ : କେନ୍ଦ୍ରୀୟ ଲଣ୍ଡନରେ ଥିବା ପ୍ରସିଦ୍ଧ ‘ମାଣ୍ଡାରିନ୍‍ ଓରିଏଣ୍ଟାଲ ହୋଟେଲ’ରେ ମଙ୍ଗଳବାର ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁ ଲିଭାଇବା ପାଇଁ ୧୦୦ରୁ ଅଧିକ ଦମ୍‍କଳ ବାହିନୀ ଲାଗିଥିଲେ ମଧ୍ୟ ଦୀର୍ଘ ସମୟ ଯାଏ ଏହା ନିୟନ୍ତ୍ରଣାଧୀନ ହୋଇ ନାହିଁ। ବାର ମହଲାର୧୯୮ କୋଠରି ବିଶିଷ୍ଟ ଏହି ହୋଟେଲରେ କେମିତି ନିଆଁ ଲାଗିଲା ତାହା ଜଣାପଡ଼ି ନାହିଁ। ୧୯୦୨ରେ ନିର୍ମିତ ଏଡୱାର୍ଡିନ୍‍ ଶୈଳୀର କୋଠାକୁ ମାଣ୍ଡାରିନ୍‍ ଓରିଏଣ୍ଟାଲ ୧୯୯୬ରେ କ୍ରୟ କରି ଏଠାରେ ହୋଟେଲ ଖୋଲିଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button