ବାଣିଜ୍ୟ

ରିଲାଏନ୍ସ ଜିଓର ୧୪୮ଅଫର: ଗୋଟିଏ ବର୍ଷ FREE ଇଣ୍ଟରନେଟ

jio

ମୁମ୍ବାଇ: ରିଲାଏନ୍ସ ଜିଓ ବ୍ୟବହାରକାରୀଙ୍କ ପାଇଁ କମ୍ପାନି ୧୪୮ଟଙ୍କାର ଅଫର ପ୍ରଦାନ କରିଛି। ଏହି ଅଫର ଜରିଆରେ ଗୋଟିଏ ବର୍ଷ ପାଇଁ ମାଗଣା ଇଣ୍ଟରନେଟ ସେବାର ସୁବିଧା ମିଳି ପାରିବ। ତେବେ ରିଲାଏନ୍ସ ଜିଓର ଏହି ଅଫର ଜିଓ ଫାଇ ଡିଭାଇସ ପାଇଁ ଉପଲବ୍ଧ ରହିଛି। ଏହି ଅଫରର ଫାଇଦା ଉଠାଇବା ପାଇଁ ହେଲେ ଜିଓର ଜିଓଫାଇ ଡିଭାଇସ ସହିତ ଜିଓର ନୂତନ ସିମ୍‌ କିଣିବାକୁ ପଡ଼ିବ। ନୂତନ ଡିଭାଇସ ଓ ସିମ୍‌ କିଣିବା ପରେ ୯୯ଟଙ୍କା ଦେଇ ବ୍ୟବହାରକାରୀଙ୍କୁ ପ୍ରାଇମ ମେମ୍ବର ହେବାକୁ ପଡ଼ିବ।  ଡିଭାଇସ ସହିତ ୪ଟି ରିଚାର୍ଜ ମଧ୍ୟରୁ ଗୋଟିଏ ରିଚାର୍ଜ ଅପସନ୍‌ ବାଛିବାକୁ ପଡ଼ିବ।  ପ୍ରଥମ ରିଚାର୍ଜ ୧୪୮ଟଙ୍କାର ରହିଛି।  ଏଥିରେ ବ୍ୟବହାରକାରୀଙ୍କୁ ଗୋଟିଏ ମାସ ପାଇଁ ୨ଜିବି ଡାଟା ମଳିବ। ବ୍ୟବହାରକ୍‌ାରୀଙ୍କ ପାଇଁ ୧୨ରିଚାର୍ଜ ସାଇକଲର ଅଫର ରହିଛି। ଆର୍ଥାତ ଆକାଉଣ୍ଟରେ ପ୍ରତି ୨୮ଦିନ ପରେ ୨ଜିବି ଡାଟା କ୍ରେଡିଟ ହୋଇଯିବ। ଆର୍ଥାତ୍‌ ୧୪୮ଟଙ୍କାରେ ରିଚାର୍ଜ କଲେ ବ୍ୟବହାର ଗୋଟିଏ ବର୍ଷ ମାଗଣାରେ ଇଣ୍ଟରନେଟ ବ୍ୟବହାର କରି ପାରିବେ। ଅନ୍ୟ ରିଚାର୍ଜଗୁଡ଼ିକ ହେଲା ୫୦୯, ୩୦୯ ଓ ୯୯୯ଟଙ୍କାର ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button