ରାଫେଲ ଡିଲ୍ ନେଇ ରାହୁଲଙ୍କ ଆରୋପର କଡ଼ା ଜବାବ ଦେଲେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ
1 min readଆଓରି-ନୂଆଦିଲ୍ଲୀ(୦୮/୦୨) : ଭାରତୀୟ ରକ୍ଷା ମନ୍ତ୍ରାଳୟ ଯେତେବେଳେ ଫ୍ରାନ୍ସ ସରକାରଙ୍କ ସହ ରାଫେଲ ଫାଇଟର୍ ଜେଟ୍ ସମ୍ବନ୍ଧୀୟ ଡିଲ୍ କରୁଥିଲା, ସେତେବେଳେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଫ୍ରାନ୍ସ ସରକାରଙ୍କ ସହ ସମାନ୍ ଡିଲ୍ କରାଯାଉଥିଲା । ଇଂରାଜୀ ଖବରକାଗଜରେ (ଦ ହିନ୍ଦୁ) ଜଣେ ଉଚ୍ଚ ପଦାଧିକାରୀଙ୍କ ଚିଠିର କଟ୍ ପିସ୍ ଦେଖାଇ ନିଜର ରିପୋର୍ଟରେ ଏହା ପ୍ରକାଶ କରିଥିଲା । ଏହି ରିପୋର୍ଟ ଆଧାରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି ।
୨୪ ନଭେମ୍ବର ୨୦୧୫ର ଏକ ରିପୋର୍ଟରେ ତତ୍କାଳୀନ ରକ୍ଷାମନ୍ତ୍ରୀ ମନୋହର ପାରିକରଙ୍କୁ ତତ୍କାଳୀନ ରକ୍ଷା ସଚିବଙ୍କ ପକ୍ଷରୁ ଦିଆଯାଇଥିବା ଏକ ଚିଠି ବାବଦରେ ପ୍ରକାଶ ପାଇଥିଲା । ଏହି ଚିଠିରେ ରକ୍ଷା ସଚିବ ପିଏମ୍ଓ ଦ୍ୱାରା କରଯାଉଥିବା ପାରାଲାଲ ଡିଲ୍କୁ ନେଇ କିଛି ଆପତ୍ତି କରିଥିଲେ । ରକ୍ଷା ସଚିବ ପ୍ରଶ୍ନ କରିଥିଲେ ଯେ, ପିଏମ୍ଓ ପକ୍ଷରୁ ଏହି ଡିଲ୍ରେ ହସ୍ତକ୍ଷେପ୍ କରିବାର କ’ଣ ଆବଶ୍ୟକତା ରହିଥିଲା ?
ରିପୋର୍ଟରେ ଆହୁରି ମଧ୍ୟ ଲେଖାଯାଇଥିଲା ଯେ, ପିଏମ୍ଓ ପକ୍ଷରୁ ପାରାଲାଲ୍ ଡିଲ୍ କରାଯିବା କାରଣରୁ ରକ୍ଷା ମନ୍ତ୍ରାଳୟ ଡିଲ୍ ସମୟରେ ଦୁର୍ବଳ ହୋଇପଡ଼ିଥିଲା । ସେ ପିଏମ୍ଓକୁ ନିବେଦନ କରିଥିଲେ ଯେ, ଯେଉଁ ଅଧିକାରୀମାନେ ଏହି ଡିଲ୍ ଟିମ୍ରେ ନାହାନ୍ତି ସେମାନେ ଫ୍ରାନ୍ସ ସରକାରଙ୍କ ସହ କଥାବାର୍ତ୍ତା ହେବାରୁ ଟିକେ ଦୁରେଇ ରହିବା ଉଚିତ୍ । ଆଗକୁ ଏଥିରେ ମଧ୍ୟ କୁହାଯାଇଥିଲା, ଯଦି ପିଏମ୍ଓକୁ ଲାଗୁଛି ଯେ ରକ୍ଷା ମନ୍ତ୍ରାଳୟ ଏହି ଡିଲ୍କୁ ସଠିକ୍ ଭାବେ କରିପାରିବ ନାହିଁ ତେବେ ଏହାର ପରବର୍ତ୍ତି ସ୍ତରରେ ପିଏମ୍ଓ ଫ୍ରାନ୍ସ ସରକାରଙ୍କ ସହ କଥାବର୍ତ୍ତା କରି ଡିଲ୍ ଫାଇନାଲ କରିପାରିବ । ଏହି ଚିଠିଟି ଡେପୁଟି ସେକ୍ରେଟେରୀ ଏସ୍.କେ ଶର୍ମା ପ୍ରସ୍ତୁତି କରିଥିଲେ । ଏହି ଚିଠିକୁ ତତ୍କାଳୀନ ରକ୍ଷା ସଚିବ ମୋହନଙ୍କ ନାଁରେ ପଠାଯାଇଥିଲା । ସେଥିରେ ଲେଖାଥିଲା ଯେ, ପିଏମ୍ଓ ଏହି ସବୁ ଡିଲ୍ରୁ ଟିକେ ଦୁରେଇ ରହିବା ଉଚିତ୍, ନେଚେତ୍ ରକ୍ଷାମନ୍ତ୍ରାଳୟ ଦର୍ବଳ ଅନୁଭବ କରୁଛି ।
ଏହି ରିପୋର୍ଟକୁ ନେଇ ବିରୋଧୀ ଦଳ ପକ୍ଷରୁ କେନ୍ଦ୍ର ସରକାରଙ୍କ ଉପରେ ଜୋରଦାର୍ ଆକ୍ରମଣ କରାଯାଇଛି । ତେବେ ବିରୋଧୀଙ୍କ ଆରୋପ ପରେ ରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଖବର କାଗଜରେ ପ୍ରକାଶିତ ରିପୋର୍ଟ ଏକ ପାଖିଆ ଭାବେ ପ୍ରକାଶ କରାଯାଇଛି । ସେ କହିଛନ୍ତି ତତ୍କାଳୀନ ରକ୍ଷାମନ୍ତ୍ରୀ ମନୋହର ପାରିକର ରକ୍ଷା ସଚିବଙ୍କ ଚିଠିର ଯେଉଁ ଲିଖିତ ଉତ୍ତର ଦେଇଥିଲେ ତାହା ଏହି ଖବରରେ ପ୍ରକାଶ କରାଯାଇ ନାହିଁ । ମନୋହର ପାରିକରଙ୍କ ରିପୋର୍ଟ ମଧ୍ୟ ଖବର କାଗଜରେ ପ୍ରକାଶ କରିବା କଥା ।